Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋଦଳା ଏନଏସି ଓ ଖଣ୍ଡିଆନଈ ପଂଚାୟତରେ ୪ ମାସର ଭତ୍ତା ବଣ୍ଟନର ଶୁଭାରମ୍ଭ

କୋଦଳା ଏନଏସି ଓ ଖଣ୍ଡିଆନଈ ପଂଚାୟତରେ ୪ ମାସର ଭତ୍ତା ବଣ୍ଟନର ଶୁଭାରମ୍ଭ

321
ADVERTISEMENT

କୋଦଳା,୨୮ା୩ ( ସୂର୍ଯ୍ୟନାରାୟଣ ବଡୁ) : କୋଦଳା -ଶୁକ୍ରବାର ଜିଲ୍ଳା ପ୍ରଶାସନ ର ନିର୍ଦେଶ ଅନୁଯାଇ  କୋଦଳା ୱାର୍ଡ ନମ୍ବର ୧ ବି .ନୂଆପଲ୍ଲୀ ଗ୍ରାମରେ ଚାରିମାସର ବିଧବା , ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି ।ଭଟ୍ଟବଣ୍ଟନ ଦାଇତ୍ଵ ରେ ଥିବା କର୍ମଚାରୀ ସେଠାରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କ ଘର ଘର ବୁଲି ଭତ୍ତା ପ୍ରଦାନ କରିଛନ୍ତି ଓ କରୋନା ଭୁତାଣୁ ଦାଉରୁ ନିଜକୁ ଏଵଂ ନିଜ ପରିବାରକୁ ବଞ୍ଚାଇବା ସକାଶେ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଏମିତି ପ୍ରତ୍ୟକ ଦିନ ଗୋଟିଏ ଗୋଟିଏ ୱାର୍ଡରେ ଭତ୍ତା ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । ସେହିପରି ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ପଂଚାୟତର ଗେଂଜରାପଲି ଗ୍ରାମରେ ୪ ମାସର ଭତ୍ତା ବଣ୍ଟନ କରାଯାଇଛି।

Advertisement