କୋଦଳା,୨୮ା୩ (ସୂର୍ଯ୍ୟନାରାୟଣ ବଡୁ ) : ପୋଲିସର ତତ୍ତ୍ଵାବଧାନରେ ଆଜି ରାଜ ରାସ୍ତା ଶୁନଶାନ୍ ।ବିଶ୍ୱ ମହାମାରୀ କରୋନା କୁ ନେଇ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତ୍ରୁତ୍ଵ ରେ କୋଦଳା ପୋଲିସ ବହୁ ଉପାୟ ରେ ଲୋକଙ୍କୁ ସଚେତନ କରୁଥିଲେ ସୁଦ୍ଧା କିଛି ଅମାନିଆ ବ୍ୟକ୍ତି ଏହାକୁ ଖାତିର କରୁନାହାନ୍ତି ।କିନ୍ତୁ ଦୋକାନ ବଜାର ଦିନ ବାରଘଣ୍ଟା ପରେ ବନ୍ଦ ।ଲୋକଙ୍କୁ ସଚେତନ କରିବାରେ ନାକେଦମ ହେବାପରେ ପୋଲିସ କେଉଁଠି ହାତଜୋଡି ଅନୁରୋଧ କରୁଛି ତ କେଉଁଠି ଲାଠି ପ୍ରହାର ଦେବାକୁ ପଛାଉନାହାନ୍ତି ।ଏମିତି ଭାବେ ସେମାନେ ଦିନରେ ସହରକୁ ନାକାବନ୍ଦି କରିବା ସହିତ ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଛନ୍ତି ।ଏହାକୁ ନେଇ ସଚେତନ ନାଗରିକ ମାନେ ନିଜ ମତାମତରେ ଜନସାଧାରଣଙ୍କୁ କହିଛନ୍ତି ଯେ ଦିନ ରାତି ଏକ କରି ପୋଲିସ ଆମକୁ ସୁରକ୍ଷା ଦେଉଛନ୍ତି। ଆପଣ ଥରେ ଚିନ୍ତା କରନ୍ତୁ ସେମାନଙ୍କ କଥା ଆମ୍ଭେ ସିନା ଶାନ୍ତିରେ ଘରେ ଶୋଇଯାଉଛୁ ।
ଏ ଉଦୁଉଦିଆ ଖରାରେ ଦିନ ସାରା କର୍ତ୍ତବ୍ୟ କଲାପରେ ରାତିରେ ମଶା ଡାଆଁସରେ କେମିତି ଶୋଉଛନ୍ତି । ତାଙ୍କ ଆଖିରେ ନିଦ ନାହିଂ ।କିନ୍ତୁ ଆମେ ତାଙ୍କ କର୍ତ୍ତବ୍ୟର ଗୁରୁତ୍ଵ ଦେଉନାହାନ୍ତି ।ସେ ଆମ୍ଭ ମାନଙ୍କ ମଙ୍ଗଳ ପାଇଁ ହିଁ ଏପରି କରୁଛନ୍ତି । ବର୍ତ୍ତମାନ ସମୟ ଆସିଛି ପ୍ରଶାସନ କଥାକୁ ଗୁରୁତ୍ଵ ଦେଇ ଆମ୍ଭେ ସେମାନଙ୍କ କଥାରେ କାର୍ଯ୍ୟ କରିବା ଓ ବିଶ୍ୱ ମହାମାରୀ କରୋନା କୁ ତଡିବା । ଏ ସମୟରେ ଆମ୍ଭ ମାନଙ୍କ ସହଯୋଗ ଓ ପ୍ରଶାସନ କଥାକୁ ମନିବା ଜରୁରୀ ଅଟେ । ଅନ୍ୟପଟେ ତହସିଲଦାର ପ୍ରଭାତ କୁମାର ପରିଡା ଓ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ମଧ୍ୟ ନିଜର କର୍ତ୍ତବ୍ୟରେ ଅବହେଳା ନ କରି ରାତି, ଦିନ ଏକ କରି ଲୋକମାନଙ୍କୁ ସଚେତନ କରିବା ସହିତ ସେମାନଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଅନ୍ତି ।


















