Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗ ଜବତ କଲା ନକଲି ମଦ

ଅବକାରୀ ବିଭାଗ ଜବତ କଲା ନକଲି ମଦ

287
ADVERTISEMENT

କୁକୁଡାଖଣ୍ଡି ,୨୮ା୩ (ଇ. ରଞ୍ଜନ) : କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଦକ୍ଷିଣପୂର ଗ୍ରାମର ନିର୍ଜନ ଜଙ୍ଗଲ ମଧ୍ୟରେ ବର୍ଷ ବର୍ଷ ଧରି ନକଲି ଦେଶୀ ମଦ ପ୍ରସ୍ତୁତ ହୋଇ ଆସୁଥିବାବେଳେ, ପ୍ରଶାସନ କିମ୍ବା ଅବକାରୀ ବିଭାଗର ଦୃଷ୍ଟି ପଡୁନଥିଲା I ଶୁକ୍ରବାର ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ୱରେ ଅବକାରୀ ବିଭାଗ ସମେତ ସଦର ପୋଲିସ କର୍ମଚାରୀଙ୍କ ମିଳିତ ଚଢ଼ାଉ କ୍ରମେ ଏକ ୧୨ ଜଣିଆ ଟିମ ଚଢ଼ାଉ ଉକ୍ତ ସ୍ଥାନରୁ ଦେଶୀ ମଦ ପ୍ରସ୍ତୁତ କାରି ସାମଗ୍ରୀ ସମେତ ୧୨୦୦ ଲିଟର ନକଲି ଦେଶୀ ମଦ ରସ ହାଣ୍ଡି, ପ୍ଲାଷ୍ଟିକ ବେରଲ ବହୁ ସଂଖ୍ୟାରେ ଜବତ କରିଥିଲେ I ପୋଲିସକୁ ଦେଖି ନକଲି ମଦ ପ୍ରସ୍ତୁତ କାରିମନେ ଦୌଡିଥିବା ଦେଖିବାକୁ ମିଳିଥିଲା I ଏଥିରେ କୌଣସି ବ୍ୟକ୍ତି ଗିରଫ ହୋଇନଥିବାବେଳେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି I ଅନ୍ୟପକ୍ଷରେ ତହସିଲ ଅନ୍ତର୍ଗତ ଆଦିବାସୀ ଅଧୁସିତ ଅଞ୍ଚଳ କୁମ୍ଭଝରୀ, ବାଉଁଶିଆପାଲ୍ଲୀ ଏବଂ ନୁପାପଡା ଅଞ୍ଚଳରେ ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ନକଲି ମଦ ପ୍ରସ୍ତୁତ କରାଯାଇ ନିରୀହ ଲୋକଙ୍କ ଜୀବନ ସହ ଖେଳ ଖେଳା ଯାଉଥିବାବେଳେ ଅବକାରୀ ବିଭାଗ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରି ଚୁପ ବସୁଥିବା ଦେଖିବାକୁ ମିଳୁଛି I କୌଣସି ପ୍ରକର ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଲୋକ କିଡ଼ନୀ ଜନିତ ରୋଗରେ ଶିକାର ହୋଇ ପ୍ରାଣ ହରାଉଥିବା ବେଳେ ଚୋରି ଡକାୟତି ଉକ୍ତ ସ୍ଥାନ ଗୁଡିକରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି I

Advertisement