ଛତ୍ରପୁର,୨୮ା୩ (ହିମାଂଶୁ ପାଢୀ): କରୋନାକୁ ପ୍ରତିରୋଧ କରିବା ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ପାଇଁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଭିଡ଼ିଓ କନ୍ଫରେସିଙ୍ଗ ଜରିଆରେ ବୈଠକ କରିଛନ୍ତି । ଅପରପକ୍ଷରେ ଲକ ଡାଉନ ବେଳେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ, ୱେବ ମିଡ଼ିଆ ସାମ୍ବାଦିକ ଓ ଖବରକାଗଜ ବିତରକଙ୍କ ବୁଲିବା ଉପରେ କୌଣସି କଟକଣା ନାହିଁ ବୋଲି ଗଞ୍ଜାମ ଏସପି ସ୍ପଷ୍ଟ କରିଛନ୍ତି ।ସାମ୍ବାଦିକ ମାନଙ୍କୁ କୌଣସି ପୋଲିସ ଅଟକାଇ ପାରିବେ ନାହିଁ।ସେମାନଙ୍କ ଆବଶ୍ୟକ ସୁରକ୍ଷା ପାଇଁ ପୋଲିସ ସହାୟତା ଯୋଗାଇଦେବେ। ଏହାର ଖିଲାପ କଲେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଏସପି ନିର୍ଦେଶ ଦେଇଛନ୍ତି ।


















