Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗ୍ରାମର ନିଜସ୍ବ ଉଦ୍ୟମରେ କରୋନା ସଚେତନତା ବାର୍ତ୍ତା

ଗ୍ରାମର ନିଜସ୍ବ ଉଦ୍ୟମରେ କରୋନା ସଚେତନତା ବାର୍ତ୍ତା

346
ADVERTISEMENT

ଆସିକା,୨୭/୦୩ (ଖିରୋଦ ଚନ୍ଦ୍ର ବେହେରା) : ବରଗାଁ ପଞ୍ଚାୟତ ସେନା ପକ୍ଷରୁ ଲକ ଡାଉନକୁ ସମର୍ଥନ ପୂର୍ବକ ଗାଁର ମୁଖ୍ୟ ପଥକୁ ବ୍ୟାରିକେଟ ମାଧ୍ୟମରେ ବନ୍ଦ କରି ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି।ଘରେ ଘରେ ବୁଲି ପୋଷ୍ଟର ଲଗାଇବା ସହିତ ବିଭିନ୍ନ ପ୍ଲା କାର୍ଡ଼ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ସମିତିସଭ୍ୟ ଶିବ ନାହାକ ଉକ୍ତ ସଚେତନତା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବା ସହିତ ଗ୍ରାମରେ ଥିବା ପୋଖରୀ ଗୁଡିକରେ ମଧ୍ୟ ଗାଧୋଇବା ପାଇଁ ନିଷେଧ କରାଯାଇଛି।

ଗ୍ରାମର ନିଜସ୍ବ ଉଦ୍ୟମରେ ଏହି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରାମର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ଆଗକୁ ବଢାଇଛନ୍ତି ବରଗାଁ ପଞ୍ଚାୟତ ବାସୀ। ସରପଞ୍ଚ ସମିତି ସଭ୍ୟ ସମେତ ପଞ୍ଚାୟତ ନୋଡାଲ୍ ଅଫିସର ଏବଂ ପଞ୍ଚାୟତ ସେନାର ସମ୍ପୂର୍ଣ୍ଣ ସହଯୋଗ ଫଳରେ ଏହି ବାର୍ତ୍ତା ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିଛି। ଏହଳି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଶଂସାର ପାତ୍ର ସାଜିଛନ୍ତି ସମିତିସଭ୍ୟ ଶ୍ରୀ ଶିବ ନାହାକ।

Advertisement