ହିଞ୍ଜିଳିକାଟୁ ୨୭ା୩,(ଶେଷଦେବ ସାହୁ) :କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଭାରତବର୍ଷକୁ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକ ଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିଦେ୍ର୍ଧଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ପୌରପ୍ରଶାସନ ପୌରାଂଚଳର ୨ଟି ଦୋକନକୁ ସିଲ କରିଛି । ପକାଶ ଯେ, ପୌରାଂଚଳ ସାହେବ କମ୍ପେ୍ଳକ୍ସ ପରିସରରେ ଥିବା ପରଫେକ୍ଟ ହେୟାର ସେଲୁନ ଓ ଉପର ରେଗିଡ଼ି ସାହି ଠାକୁରାଣୀ ମନ୍ଦିର ନିକଟରେ ରଘୁନାଥ ସାହୁ ଜଳଖିଆ ଦୋକାନ ଖୋଲି ବଣିଜ କରି ଆସୁଥିଲେ । ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ୨ଟି ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଛି ।

















