Thursday, November 5, 2026
ADVERTISEMENT
Home ବଲାଙ୍ଗୀର ବେଙ୍ଗାଲୁରୁରେ ଫସିରହିଛନ୍ତି ଶ୍ରମିକ

ବେଙ୍ଗାଲୁରୁରେ ଫସିରହିଛନ୍ତି ଶ୍ରମିକ

298
ADVERTISEMENT

ବଲାଙ୍ଗୀର,୨୭ା୩(ଦେବବ୍ରତ ଗୁରୁ):ନିଜ ପେଟପାଟଣା ପାଇଁ ବେଙ୍ଗାଲୁରୁକୁ ଯାଇଥିବା ୭୨ ଜଣ ଲୋକ ଏୟାର୍ ପୋର୍ଟ ପାଖରେ ୨ ଦିନ ହେଲା ଭୋକ ଉପବାସରେ ରହୁଛନ୍ତି। ଅଧିକାଂଶ ଲୋକ ବଲାଙ୍ଗୀର୍, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ହୋଇଥିବା ସୂଚନା ହସ୍ତଗତ ହୋଇଛି। ଲୋକମାନଙ୍କ କହିବାନୁଯାଇ ସେମାନଙ୍କୁ କାମ କରୁଥିବା ସଂସ୍ଥା ତରଫରୁ ରହିବା ପାଇଁ ଆସ୍ଥାନ ଓ ଖାଇବା ଖର୍ଚ୍ଚ ଦିଆ ଯାଇଥିଲା, କିନ୍ତୁ ବର୍ତ୍ତମାନ ସେସବୁ ଏତେ ଲୋକଙ୍କୁ ନିଅଣ୍ଟ। ସେମାନ ଖାଇବା ଜିନିଷ ଆଣିବାକୁ ହେଲେ ପାଖାପାଖି ୫ ରୁ ୬ କିଲୋମିଟର ଦୂର ଏକ ଗାଁ କୁ ଯିବାକୁ ପଡୁଛି, ପରନ୍ତୁ ସେହି ଗାଁ ଲୋକେ କୋରୋନା ଭୟରେ କାହାକୁ ମଧ୍ୟ ଗାଁ ଭିତରକୁ ପ୍ରବେଶ କରେଇ ଦେଉନାହାନ୍ତି। ସୁରକ୍ଷା କର୍ମୀ ମାନେ ମଧ୍ୟ ଭଲ ଭାବେ ହିନ୍ଦୀ ବୁଝି ନପାରି ଫସି ରହିଥିବା ଶ୍ରମିକ ମାନଙ୍କୁ ଘଉଡ଼େଇ ଦେଉଛନ୍ତି ବୋଲି ପ୍ରକାଶ ପାଇଛି । ସମସ୍ତ ଶ୍ରମିକ ଭାଇ ମାନେ ଦୁଃଖରେ ଗୁହାରି କରି ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଯଥାଶୀଘ୍ର ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।

Advertisement