Friday, November 6, 2026
ADVERTISEMENT
Home ଆଞ୍ଚଳିକ ସଚେତନ ପରେ ମଧ୍ୟ ଚେତୁନାହାନ୍ତି ଲୋକେ !

ସଚେତନ ପରେ ମଧ୍ୟ ଚେତୁନାହାନ୍ତି ଲୋକେ !

350
ADVERTISEMENT

ବ୍ରହ୍ମପୁର,୨୫।୩(ହିମାଂଶୁ ପାଢୀ) : କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଆଜି ଠାରୁ ପୁଣି ୨୧ ଦିନ ନିମନ୍ତେ ସାରା ଦେଶକୁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇ ଏହାକୁ ସମସ୍ତ ଜନସାଧାରଣ ପାଳନ କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ । ଏବେ ମଧ୍ୟ ରାସ୍ତାରେ ଗଡୁଛି ଦୁଇ ଓ ଚାରି ଚକିଆ ଯାନ । ପୋଲିସ ଓ ପ୍ରଶାସନର ବ୍ୟାପକ ସଚେତନତା ପରେ ମଧ୍ୟ ଜନସାଧାରଣ ନିଜ ଜୀବନକୁ କିପରି ସୁରକ୍ଷିତ ରଖିବା ସହ ଅନ୍ୟମାନକଂ ଜୀବନକୁ ମଧ୍ୟ ସୁରକ୍ଷିତ ରଖାଯାଇପାରିବ ସେଦିଗରେ ଚିନ୍ତା ମଧ୍ୟ କରୁନାହାନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ପ୍ରତିଦିନ ଏକ ଭିଡିଓ ସେୟାର କରି ଜରୁରୀ କାଯ୍ୟ ନଥିଲେ ଘରୁ ନବାହାରିବାକୁ ଅନୁରୋଧ କରୁଛନ୍ତି ସେହିପରି ବ୍ରହ୍ମପୁର ଏସପି ପିନାକ ମିଶ୍ର,ଗଂଜାମ ଏସପି ବ୍ରିଜେସ ରାୟ ମଧ୍ୟ ବିଭିନ୍ନ ସ୍ଥାନ ବୁଲି ରୋଡ ବ୍ଲକିଂ କରିବାସହ ସଚେତନ ମଧ୍ୟ କରାଉଛନ୍ତି। ବିଭିନ୍ନ ସ୍ଥାନରେ ଜରୁରୀ କାଳୀନ ଦୋକାନ ଗୁଡିକରେ ଲୋକେ ଭିଡ ଜମାଉଛନ୍ତି।

Advertisement