Saturday, November 7, 2026
ADVERTISEMENT
Home ଆଞ୍ଚଳିକ ପ୍ରଶାସନର ସଚେତନକୁ ବେପାରୀଙ୍କ ଖାତିରନାହିଁ , ଦୋକାନ ଖୋଲି ୩୦ ଗିରଫ 

ପ୍ରଶାସନର ସଚେତନକୁ ବେପାରୀଙ୍କ ଖାତିରନାହିଁ , ଦୋକାନ ଖୋଲି ୩୦ ଗିରଫ 

270
ADVERTISEMENT

କୋଦଳା,୨୫।୩(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କୋଦଳା ପ୍ରଶାସନ ର ବାରମ୍ବାର ତାଗିଦ ଓ ସଚେତନ ସତ୍ୱେ ଖାତୀର କରୁନାହାନ୍ତି କିଛି ବ୍ୟବସାୟୀ ।ଦୋକାନ ଖୋଲି ବେପାର କରୁଥିବା ସମୟ ରେ ତହସିଲଦାର ଓ ପୋଲିସ ଦ୍ଵାରା ୩୦ଜଣ ଗିରଫ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ସୂଚନା ପ୍ରକାରେ ବିଶ୍ୱ ମହାମାରୀ କରୋନା ଦାଉରୁ ନିଜକୁ ନିଜ ପରିବାର କୁ ବଞ୍ଚାଇବା ନିମନ୍ତେ ପ୍ରଶାସନ ବହୁ କଟକଣା କରି ବିଭିନ୍ନ ପ୍ରକାର ପ୍ରଚାର ମାଧ୍ୟମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିଲେ ସୁଦ୍ଧା କିଛି ଅସାଧୁ ବ୍ୟବସାୟୀ ତାହାକୁ ବାଁଏ ବାଁଏ ଉଡାଇଦେଉଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ କୋଦଳା ଥାନା ଓ ତହସିଲ ପକ୍ଷ୍ଯ ରୁ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ନୁତନ ସାର୍କୁଲର ବିଷୟ ରେ ଡାକବାଜି ଯନ୍ତ୍ର ଦ୍ଵାରା କୋଦଳା ବେଗୁନିଆପଡା ଅଞ୍ଚଳ ରେ ସଚେତନ କରିଥିଲେ । ସକାଳ ସାତ ଘଣ୍ଟ ଠାରୁ ଅପରାହ୍ନ ଚାରିଘଣ୍ଟ ପର୍ଯନ୍ତ ଅତି ଆବଶ୍ୟକୀୟ ଦୋକାନ ଖୋଲା ରଖିବେ ଏବଂ ପରମୁହୁର୍ତ୍ତରେ ଦୋକାନ ପୁରାପୁରି ବନ୍ଦ କରିବେ ।ଉକ୍ତ ସମୟ ମଧ୍ୟ ରେ ଦୋକାନ ଖୋଲିଥିଲେ ସୁଦ୍ଧା ଏକ ରୁ ଅଧିକା ଲୋକେ ଏକତ୍ରିତ ନ ହେବାକୁ କହି ଜନସାଧାରଣ ତଥା ବ୍ୟବସାୟୀଙ୍କୁ ସଚେତନ କରିଥିଲେ । କିନ୍ତୁ କିଛି ବ୍ୟବସାୟୀ ଏହି କଥାକୁ ଫୁ ରେ ଉଡାଇଦେଇଥିଲେ । ଆଜି ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରେ ଦୋକାନ ବନ୍ଦ ହୋଇନଥିବା ଏଵଂ ବହୁ ଲୋକ ଉକ୍ତ ଦୋକାନ ମାନଙ୍କରେ ଭିଡ ଲଗାଇଥିବା ସମୟ ରେ ପ୍ରତିଦିନ ଭଳି ଆଜି ମଧ୍ୟ ଗ୍ରାମ ପରିକ୍ରମା କରି ସଚେତନ କରୁଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସ୍କ୍ଵାଡ ହାତରେ ଧରାପଡ଼ିଥିଲେ ।ଖୋଲାଥିବା ସମୁଦାୟ ୧୨ଗୋଟି  ଦୋକାନ ରୁ ୩୦ ବ୍ୟବସାୟୀଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବୁଧବାର ଠାରୁ ସକାଳ ସାତଘଣ୍ଟ ଠାରୁ ୧୨ଘଣ୍ଟ ପର୍ଯନ୍ତ ହିଁ ଆବଶ୍ୟକୀୟ ଦୋକାନ ଖୋଲା ରହିବ ବୋଲି ଥାନା ଅଧିକାରୀ କହିବା ସହିତ ଏଥିରେ ଜିଏ ବିଶୃଙ୍ଖଳା ସୃଷ୍ଟି କରେ ଏହା ବିରୁଦ୍ଧରେ ପଦକ୍ଷେପ ନେଇଯିବ ।

Advertisement