କୋଦଳା,୨୪।୩(ସୂର୍ଯ୍ୟନାରାୟଣ ବଡୁ) : ସୋମବାର ସନ୍ଧ୍ୟାରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିଜ ନିଜ କର୍ମଚାରୀ ଏଵଂ ଏନଏସି କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଡାକବାଜି ଯନ୍ତ୍ର ଦ୍ଵାରା ମହାମାରୀ କରୋନା ଭୂତାଣୁ ସମ୍ପର୍କ ରେ ସଚେତନ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ନୁତନ ସର୍କୁଲର ଘୋଷଣା କରିଛନ୍ତି ।ଘୋଷଣା ନାମା ଅନୁଯାଇ ଆଜି ଠାରୁ ଗଂଜାମ ଜିଲ୍ଲାରେ ଆବଶ୍ୟକୀୟ ଜିନିଷ ଥିବା ଦୋକାନ ସକାଳ ୭ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଖୋଲା ରହିବ ।ଅପରାହ୍ନ ୪ଘଣ୍ଟ ପରେ ବନ୍ଦ ହୋଇଯିବ ଓ ଆରଦିନ ସକାଳ ୭ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଆସନ୍ତା କାଲି ଠାରୁ ଦୁଇ ଚକିଆ ମୋଟର ସାଇକଲ ଉପରେ ମଧ୍ୟ କଡା ନଜର ରଖାଯିବ । ଆବଶ୍ୟକୀୟ କାଗଜ ପତ୍ର ସହିତ ହେଲ୍ମେଟ ପିନ୍ଧିବା ଏବଂ ଦୁଇଜଣରୁ ଅଧିକା ଗାଡିରେ ନ ବସିବା । ଯିଏ ଏହାକୁ ଅମାନ୍ଯ କରିବ ଚଲାଇବ। ଲୋକକୁ ଫାଇନ୍ ପଡିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଦୋକାନ ମାଲିକ ମଧ୍ୟ ଏଥିରେ ବିଭ୍ରାଟ କଲେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଓ କୋଦଳା ବେଗୁନିଆପଡା ର ସମସ୍ତ ଜନଗହଳି ପୂର୍ଣ ସ୍ଥାନରେ ସଚେତନ କରିଥିଲେ ।


















