ରା.ଉଦୟଗିରି,୨୨।୩(ସାହେବ ନାୟକ) : ଗଜପତି ଜିଲ୍ଲା ଆର.ଉଦୟଗିରିରେ ବଜ୍ରଘାତରେ ଜଳିଗଲା ନଡ଼ିଆ ଗଛ । ସନ୍ଧ୍ୟା ୪ତା ସମୟରେ ଆର.ଉଦୟଗିରିରେ ସାମାନ୍ୟ ଝିପିଝିପି ବର୍ଷା ସହ ଜୋରରେ ବଜ୍ରାପାତ ହୋଇଥିଲା । ଏହି ସମୟରେ ଆର.ଉଦୟଗିରି ସ୍ଥିତ ଦିଗବାରଣ ସାହିର ମାଣିକ ପାଇକଙ୍କ ବାରି ପଟେ ଥିବା ଏକ ନଡ଼ିଆ ଗଛ ଉପରେ ବଜ୍ରପାତ ହୋଇ ଥିଲା । ବଜ୍ରାଘାତରେ ନଡିଆ ଗଛଟି ହୁଦୁ ହୁଦୁ ହୋଇ ଜଳି ଯାଇଛି। ଏହି ସମୟରେ ମାଣିକଙ୍କ ପରିବାର ସଦସ୍ୟ ଘର ଭିତରେ ଥିବାରୁ କାହାରି କିଛି ଅଘଟଣ ହୋଇନ ଥିବା ବେଳେ ଆର.ଉଦୟଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।


















