ଭୁବନେଶ୍ୱର,୨୨।୩(ଡ଼ିଏଚ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରବିବାରଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ ଜିଲା ଓ ୮ ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ଲକ୍ଡାଉନ୍ ସମୟସୀମା ମଧ୍ୟରେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କେଉଁମାନେ ଆସିବେନି ସେଥିପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁନଃ ଗାଇଡ୍ଲାଇନ୍ ଜାରି ହୋଇଛି। ଏଥିରେ ସମସ୍ତ ସରକାରୀ ବିଭାଗକୁ ୩ଟି ବିଭାଗରେ ବିଭକ୍ତୀକରଣ କରାଯାଇଛି।

















