ସାନଖେମୁଣ୍ଡି,୨୩।୩( ସପନ ଦାସ) : କଙ୍କୋରଡାରେ ଭାରତରେ କରୋନା ମାହାମାରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଇଁ ଦେଶ ବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହାକୁ ଦେଶ ବାସୀ ପୂର୍ଣ୍ଣ ସମର୍ଥନ କରିବା ସହ ଓଡିଶାର ବିଭିନ୍ନ ଜିଲ୍ଲା ସମେତ କଙ୍କୋରଡା ରେ ଜନତା କର୍ଫ୍ୟୁ ଅଭୂତପୂର୍ବ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।
କଙ୍କୋରଡା, କଉଡିଆ, ଲେଙ୍କାଖାଲି ଓ ଏହାର ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଲାଗି ସବୁ ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁ ଖାଁ ଖାଁ । ଦୋକାନ ବଜାର ବନ୍ଦ। ସବୁ ଲୋକ ଘରେ । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ବେସରକାରୀ ସଂସ୍ଥା ଗୁଡିକ କାର୍ଯ୍ୟରତ ଅଛନ୍ତି।କିନ୍ତୁ ସେଠାରେ କୌଣଷି ଲୋକଙ୍କ ଦେଖାନାହିଁ । ଜନତା କର୍ଫ୍ୟୁ ମାଧ୍ୟମରରେ କରୋନା ଭଳି ବିଶ୍ୱ ମହାମାରୀ ଭୂତାଣୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷପ ବୋଲି ଚର୍ଚ୍ଚା ହୋଉଛି। ଏହି ଜନତା କର୍ଫ୍ୟୁ ୧୪ ଘଣ୍ଟାର ଅବଧିରେ ସାମାଜିକ ଦୂରତାକୁ ଦୂର କରାଯାଇ କରୋନା ଭୂତାଣୁ ବ୍ୟାପିବାକୁ ରୋକ ଲଗାଇବାରେ ସଫଳ ହୋଇପାରିବ ବୋଲି ବୌଜ୍ଞାନିକ ତଥ୍ୟ ରହିଛି। ଏଥି ସହିତ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁକୁ ଏପରି ଅଭୂତପୂର୍ବ ସମର୍ଥନ ମିଳିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।



















