Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଷ୍ଟେସନରେ ଯାତ୍ରୀକୁଂ ସ୍କ୍ରିନିଂ

ବ୍ରହ୍ମପୁର ଷ୍ଟେସନରେ ଯାତ୍ରୀକୁଂ ସ୍କ୍ରିନିଂ

584
ADVERTISEMENT

ବ୍ରହ୍ମପୁର,୨୩।୩(ହିମାଂଶୁ ପାଢୀ) :ଗଞ୍ଜାମ ଜିଲ୍ଲାରେ ୨୨ ତାରିଖ ଠାରୁ 29 ପର୍ଯ୍ୟନ୍ତ ଲକ ଡାଉନ କରାଯାଇଥିବା ବେଳେ ବାହାର ରାଜ୍ୟ ଓ ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇ, ଚେନ୍ନାଇ, ସୁରଟ ଓ ଅନ୍ୟ ରାଜ୍ୟରୁ ଫରୁଥିବା ଶ୍ରମିକ ମାନଙ୍କ ବ୍ରହ୍ମପୁର ରେଳଷ୍ଟେସନରେ ସ୍କ୍ରିନିଂ କରାଯାଇଛି। କୋଣାର୍କ, ଗରିବ ରଥ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଫେରିଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି। ପାଖାପାଖି ୨୦୦୦ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି। ଯାତ୍ରୀମାନେ ଘରେ ପହଂଚିବା ପାଈଁ ପ୍ରଶାସନ ପକ୍ଷରୁ ବସ ବ୍ୟବସ୍ତା କରାଯାଇଥିଲା। ୪୦ଟି ବସରେ ଯାତ୍ରୀଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ତା କରାଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦାତାତ୍ର୍ୟୟ ଭୁସହେବ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisement