Monday, September 21, 2026
ADVERTISEMENT
Home ଜିଲ୍ଲା କରୋନା ଯୋଗୁଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

କରୋନା ଯୋଗୁଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

482
ADVERTISEMENT

ଭୁବନେଶ୍ୱର,୨୧।୩ (ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କ୍ରମରେ ରାଜ୍ୟର ୫ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡା, ଅନୁଗୁଳ ଏବଂ ଏଥି ସହିତ ୮ଟି ସହର ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍, ଯାଜପୁର ଟାଉନ ଓ ଭଦ୍ରକ ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି ।
୨୨ ତାରିଖ ସକାଳ ୭ରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ଏହି ସବୁ ଅଂଚଳରେ ଲକ୍ ଡାଉନ୍ ଜାରି ରହିବ । ଗ୍ରସରୀ, ଔଷଧ ଦୋକାନ, କ୍ଲିନିକ୍, କ୍ଷୀର ଦୋକାନ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ । ତେବେ ଚା’ ଦୋକାନ ସବୁ ବନ୍ଦ ରହିବ ।

Advertisement