Friday, November 6, 2026
ADVERTISEMENT
Home ଆଞ୍ଚଳିକ ମହିଳାକୁଂ ପିଛା କରି ଆକ୍ରମଣ ଉଦ୍ୟମ,୧ଅଟକ

ମହିଳାକୁଂ ପିଛା କରି ଆକ୍ରମଣ ଉଦ୍ୟମ,୧ଅଟକ

418
ADVERTISEMENT

କୁକୁଡାଖଣ୍ଡି,୨୧।୩(ଇ.ରଞ୍ଜନ) : ଜଗଦଳପୁର ମେଡିକାଲ ନିକଟରେ ଜଣେ ମହିଳାକୁଂ ୨ ଯୁବକ ପିଛା କରି ଆକ୍ରମଣ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀକଂ ଦ୍ବାରା ଜଣେ ଧରାପଡିବା ପରେ ସଦରଥାନା ପୋଲିସ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି।ଶକ୍ତିନଗଗରେ ରହୁଥିବା ଜଣେ ମହିଳା ପ୍ରଣତୀ ସାହୁ ଶୁକ୍ରବାର ନିଜ ସ୍କୁଟି(ଓଡି୦୭ଏବି୧୩୪୭)ଯୋଗେ ଆଙ୍କୁଶପୁରକୁୁ ଯିବା ସମୟରେ ୨ ଜଣ ଯୁବକ(ଓଡି୦୭ଆର୯୧୧୩)ଗାଡିରେ ଯାଇ ଉକ୍ତ ମହିଳାଙ୍କୁ ଅଟକାଇ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ lମହିଳାକୁଂ ବଞାଇବାକୁ ଯାଇ ଅନ୍ୟ ଏକ ବାଇକରେ(ଓଡି୦୩ଏ୫୩୫୨)ଯୋଗେ ଆକ୍ରମଣ କାରୀ ୨ ଯୁବକକୁଂ ଗୋଡାଇବା ସମୟରେ ଠାକୁରାଣୀ ମନ୍ଦିର ନିକଟରେ ଗ୍ରାମର ଡି.ସନ୍ତୋଷକୁ ଦୁଘଟଣା କରିଥିଲେ।ପରେ ଆକ୍ରମଣକାରୀ ଯୁବକ ଦ୍ବୟ ଏକ ନାଳ ମଧ୍ୟରେ ପଶିଯିବା ପରେ ଜଣେ ଫେରାର ହୋଇଯାଇଥିଲା ଅନ୍ୟ ଜଣକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ।ପୋଲିସ ଉକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା କରୁଥିବା ଏସଆଇ ବିଭୂତି ସେଠୀ ସୂଚନା ଦେଇଛନ୍ତି।

Advertisement