କୁକୁଡାଖଣ୍ଡି,୨୧।୩(ଇ.ରଞ୍ଜନ) : ଗୋଟେ ପଟ କରୋନା ଭୟ ଘାରିଥିବା ବେଳେ ଏବେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶକ୍ତିନଗର ଅଂଚଳରେ ଲୋକଙ୍କୁ ଚୋରଙ୍କ ଭୟ ଘାରିଛି । ମାତ୍ର ସପ୍ତାହେ ଭିତରେ ଉକ୍ତ ଅଞ୍ଚଳରେ ୪ରୁ ଉଦ୍ଧ ବଡ଼ ଧରଣର ଚୋରି ମାମଲା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଘରେ କେହି ନ ଥିବାର ସୁଯୋଗ ଦେଖି ଟାର୍ଗେଟ କରିଛନ୍ତି ଲୂଟେରା। ଗୁରୁବାର ମଧ୍ୟରାତ୍ର ଶକ୍ତି ନଗର ଷଷ୍ଠ ଲାଇନରେ ବିଷ୍ଣୁ ପ୍ରିୟା ପତିଙ୍କ ଘରୁ ପ୍ରlୟ 4 ଭରି ସୁନା ଅଳଙ୍କାର ସହ ଲକ୍ଷା ଧିକ ଟଙ୍କା ଚୋରି କରିନେଇଛନ୍ତି। ବିଷ୍ଣୁ ପ୍ରିୟା ଗତ ଶିବ ରାତ୍ରି ଠାରୁ ନିଜ ଝିଅ ଘର ଭୁବନେଶ୍ୱରକୁ ଯାଇଥିଲେ। ଶୁକ୍ରବାର ତାଙ୍କ ଘର ଦାଣ୍ଡ ପଟ ତାଲା ଭାଙ୍ଗି ପଡିଥିବା ଦେଖି ସାହି ବାସିନ୍ଦା ତାଙ୍କୁ ଫୋନ ଯୋଗେ ଜଣାଇଥିଲେ। ତାଙ୍କ ଘର କବାଟ ଭାଙ୍ଗିବା ସହ ତାଲାକୁ କାଟି ଘର ଭିତରେ ଥିବା ଟ୍ରଙ୍କ ଭାଙ୍ଗି ସୁନା ଅଳଙ୍କାର, ଲକ୍ଷେରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଯାଇଛନ୍ତି। ଖବର ପାଇ ନିମଖଣ୍ଡି ଥାନା ପୋଲିସ ପହଞି ତଦନ୍ତ କରିବାସହ ଏନେଇ ଫାଣ୍ଡିରେ କୈଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ ସୂଚନା ଦେଇଛନ୍ତି ।


















