Thursday, November 12, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କୋରୋନା ପ୍ରତିକାର ପାଇଁ ଜନସଚେତନା କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ କୋରୋନା ପ୍ରତିକାର ପାଇଁ ଜନସଚେତନା କାର୍ଯ୍ୟକ୍ରମ

309
ADVERTISEMENT

ଛତ୍ରପୁର,୨୦ା୩(ଗୁରୁ ପ୍ରସାଦ ପଟ୍ଟନାୟକ): ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗ୍ରାମରେ କୋରୋନା ମହାମାରୀ ସଂପର୍କରେ ଜନ ସଚେତନତା ସୃଷ୍ଟିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏଇ ଜନ ସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ କୋରୋନା ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନେ ଆଲୋଚନା କରିଥିଲେ । ମଞ୍ଚର ସଂଯୋଜକ ରୋଟାରିଆନ୍ କାମରାଜୁ ମହାରଣା କୋରୋନା ଉତ୍ପତ୍ତିର କାରଣ, ନିରାକରଣ ତଥା ସତର୍କତା ଉପରେ ସଭ୍ୟ ତଥା ଗ୍ରାମ ବାସୀଙ୍କୁ ଧାରଣା ଦେଇଥିଲେ । ବିଶେଷ କରି କେରଳ ତଥା ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କ ପ୍ରତି ତିକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ଯୋଗାଇ ଦିଆଯାଇଥିବା କୋରୋନା ସଂପର୍କୀୟ ପ୍ରଚାରପତ୍ରକୁ ଗ୍ରାମବାସୀଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ସୁଲଭ ଦରରେ ମାକ୍ସ ମଧ୍ୟ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମଞ୍ଚର ସଂପାଦକ ବାଉରୀବନ୍ଧୁ ସାହୁ, କୋଷାଧ୍ୟକ୍ଷ ଜଟେଶ୍ୱର ପ୍ରଧାନ, ଯୁଗ୍ମ-ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ପ୍ରମୁଖ ପିଚାଳନା କରିଥିଲେ । ଗାଁ ସଭାପତି କୋରା ମହାରଣା, ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଆତ୍ମସୁରକ୍ଷା ଉପରେ ଉପସ୍ଥିତ ଗ୍ରମବାସୀଙ୍କୁ ସଚେତନ କରାଇଥିଲେ । ଗ୍ରାମର ଅଙ୍ଗନବାଡି ସହାୟିକା ପୁଷ୍ପାଞ୍ଜଳୀ ପ୍ରଧାନ, ଲିଲି ସାହୁଓ ବାସନ୍ତି ପ୍ରଧାନ ଏଇ ସଚେତନତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଶ୍ରୀକାନ୍ତ କୁମାର ସାହୁ ଉପସ୍ଥିତ ମହିଳା ମାନଙ୍କୁ ହାତଧୂଆ କୌଶଳ ପ୍ରଦର୍ଶନ କରିଥିଲେ।

Advertisement