କୁକୁଡାଖଣ୍ଡି, ୨୦ା୩(ଇଂ.ରଂଜନ): ବଦଳିଲେ ରାଜନେତା ସଭାପତି ହେଲେ ସରକାରୀ କର୍ମଚାରୀ l ଦୀର୍ଘ ପାଞ୍ଚବର୍ଷ ବାଇଗଣବାଡି ସେବା ସମବାୟ ସମିତି ସଭାପତି ଦାୟିତ୍ୱରେ ରହିବା ପରେ ସରକାର ନିର୍ଦ୍ଧେଶ କ୍ରମେ କାର୍ଯ୍ୟକାଳ ସାରିବା ପରେ ଦାଇତ୍ୱ ହସ୍ତାନ୍ତର ସମବାୟବିତ ସୁଧୀର କୁମାର ରାଉତ l ତାଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ବ୍ରହ୍ମପୁର ଉପ-ସହକାରୀ ନିବନ୍ଧକ ସୂର୍ଯ୍ୟ ନାରାୟଣ ପାତ୍ର l ରାଜନୈତିକ ବ୍ୟକ୍ତି ବିଶେଷ ମାନେ ପାଞ୍ଚବର୍ଷ ପାଇଁ ବିଭିନ୍ନ ସେବା ସମବାୟ ସମିତିର ସଭାପତି ଭାବରେ ନିର୍ଦ୍ଧେଶକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି l ଏହି କ୍ରମରେ ଶ୍ରୀ ରାଉତଙ୍କ କାର୍ଯ୍ୟାକାଳ ସରୁଥିବା କାରଣରୁ ତାଙ୍କୁ ପଦ ହରେଇବାକୁ ପଡିଛି l ବର୍ତ୍ତମାନ ସମବାୟ ନିର୍ବାଚନକୁ ନେଇ କୌଣସି ପ୍ରକାର ବିଜ୍ଞାପନ ରାଜ୍ୟ ସରକାର ବାହାର କରିନଥିବା ବେଳେ ନିର୍ବାଚନ କେବେ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏହି କ୍ଷେତ୍ରରେ ଆଗାମୀ ନିର୍ବାଚନ ହେବା ପର୍ଯ୍ୟନ୍ତ ଶ୍ରୀ ପାତ୍ର ସଭାପତି ଦାୟିତ୍ୱ ତୁଲାଇବେ ବୋଲି ବ୍ରହ୍ମପୁର ସହକାରୀ ନିବନ୍ଧକ ସେବା ସମବାୟ ସମିତି ସମୂହ ଶିବ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି l


















