କୁକୁଡାଖଣ୍ଡି, ୨୦ା୩(ଇଂ.ରଂଜନ): ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଠାରୁ ବର୍ତ୍ତିବା ପାଇଁ କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଏକ ଜନସଚେତନତା ରଥକୁ ଆଜି ବ୍ଳକ ବିଡିଓ ଗଦାଧର ପାତ୍ର ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ବ୍ଳକର ୨୨ଟି ପଂଚାୟତରେ ଏହି କରୋନା ଭାଇରସ୍ ସଚେତନତା ରଥ ପରିକ୍ରମା କରିବ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସମେତ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମଚନ୍ଦ୍ର ମହାପାତ୍ର, ଡାକ୍ତର ସୁମିତା ସାହୁ, ଡାକ୍ତର ପ୍ରମିଳା, ଡାକ୍ତର ବିଜୟଲକ୍ଷ୍ମୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ


















