ବ୍ରହ୍ମପୁର, ୨୦ା୩(ବ୍ୟୁରୋ): ପୌର ନିଗମାଂଚଳ ବିଦ୍ୟୁତ ସେକ୍ ସନ୍ ୨ର ହରଡାଖଣ୍ଡି ରୋଡର ଏକ ଜନବସତି ଅଂଚଳରେ ଗତ ଦୁଇ ଦିନ ଧରି ୧୧ କେଭିର ଏକ ବିଦ୍ୟୁତ ତାର କ୍ରମାଗତ ଭାବେ ସ୍ପାର୍କିର୍ଂଗ ହେଉଥିବା ଯୋଗୁଁ ବିଦ୍ୟୁତ ଉପଭୋକ୍ତାଙ୍କ ଗୃହ ସଂଯୋଗଗୁଡିକ ମଧ୍ୟ ଧପ୍ ଧପ୍ ହେଉଛି । ଯାହାକି ବିଦ୍ୟୁତ ସରଂଜାମ ଗୁଡିକ ନଷ୍ଟ ହେବା କିମ୍ବା ସଟ୍ସାର୍କିଟ ହୋଇ ଅଗ୍ନିକାଣ୍ଡ ଘଟିବା ଆଶଂକା ପ୍ରକାଶ ପାଇଛି । ବିଦ୍ୟୁତ ବିଭାଗର କୌଣସି କର୍ମକର୍ତା ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ।


















