ପାଟପୁର,୨୦।୩(ସପନା ଦାଶ) : କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ସଚେତନତା l ତେବେ କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ପାଇଁ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଓ଼ସ୍ଥା ଜଗନ୍ନାଥପୁର ଗ୍ରାମରେ ବିଜୁ ଯୁବବାହିନୀ ତରଫରୁ ଗୁରୁବାର କରୋନା ରୋଗ ସମ୍ପର୍କରେ ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଓସ୍କାଡ଼ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କରୋନା ରୋଗ ଏବଂ ଏହାର ନିରାକାରଣ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ l ବିଜୁ ଯୁବବାହିନୀ ସମ୍ପାଦକ ଗୌରୀ ଶଙ୍କର ତ୍ରିପାଠୀ, ବିଜୁ ଯୁବବାହିନୀ ସଂଯୋଜକ ଶିବ ପ୍ରଧାନ, ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ, ବାସୁ ପ୍ରଧାନ, ଅଙ୍ଗଦ ପ୍ରଧାନ, ଶିଶିର କାନ୍ଥ ମିଶ୍ର ଓ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ଗାଁ ପରିକ୍ରମା କରିବା ସହ କରୋନା ପାଇଁ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା ସହ ପ୍ରଚାରପତ୍ର ବଣ୍ଟନ କରିଥିଲେ ।


















