Thursday, November 12, 2026
ADVERTISEMENT
Home ଆଞ୍ଚଳିକ ବ୍ୟାଙ୍କରେ ଚୋରୀ ଉଦ୍ୟମ ବିଫଳ ପରେ ପଡୋଶୀ ଘରୁ ସୁନା ଚେନ ଲୁଟ ଅଭିଯୋଗ

ବ୍ୟାଙ୍କରେ ଚୋରୀ ଉଦ୍ୟମ ବିଫଳ ପରେ ପଡୋଶୀ ଘରୁ ସୁନା ଚେନ ଲୁଟ ଅଭିଯୋଗ

319
ADVERTISEMENT

କୋଦଳା,୨୦।୩(ସୂର୍ଯ୍ୟନାରାୟଣ ବଡୁ) : ଗତକାଲି ବିଳମ୍ୱିତ ରାତିରେ ଆସ୍କା କେନ୍ଦ୍ର ସମବାୟ ବ୍ୟାଙ୍କ କୋଦଳା ଶାଖାରେ କିଛି ଦୁର୍ବୃତ୍ତ ଡକାୟତ କରିବାକୁ ଉଦ୍ୟମ କରି ବିଫଳ ହେବାପରେ ସେହି ବାଉଣ୍ଡାରି ମଧ୍ୟ ରେ ଥିବା ଏକ ପରିବାରର ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଇଥିବା ନେଇ କୋଦଳା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି | ସୂଚନା ପ୍ରକାରେ ପ୍ରତ୍ୟକ ଦିନ ଭଳି ବୁଧବାର ସନ୍ଧ୍ୟାରେ ଶାଖାକାର୍ଯ୍ୟକ୍ରମ ସାରି ଶାଖାରେ ତାଲା ପକେଇ ଘରକୁ ଯାଇଥିଲେ କର୍ମଚାରୀ |କିନ୍ତୁ ଆଜି ଗୁରୁବାର ସକାଳ ଦଶଟାରେ କର୍ମଚାରୀ ଓ ଶାଖା ପରିଚାଳକ ଆସି ତାଲା ଖୋଲି ଦେଖିଥିଲେ ଯେ ବାରିପଟ ଝରକା ଗ୍ରିଲ ଭାଙ୍ଗି ତଳେ ପଡିଛି ଓ ସିସି ଟିଭି କେମେରାର ତାର କାଟି ଦିଆଯାଇଛି |କିନ୍ତୁ କ୍ୟାସ ଲକର ଭାଙ୍ଗିବାରେ ବିଫଳ ହୋଇଛନ୍ତି। ପରେ ପରେ ଉକ୍ତ ପାଚେରୀ ମଧ୍ୟ ରେ ଥିବା ପଡୋଶୀ ଘର ମାଲିକ ଗଦାଧର କରଣଙ୍କ କବାଟ ତାଡି ଘରେ ପଶିଥିଲେ ଓ ତାଙ୍କ ସ୍ତ୍ରୀ ବିଷ୍ଣୁ ସୋଇଥିବା ଅବସ୍ଥାରେ ତାଙ୍କ ବେକରେ ଥିବା ଅଢ଼ାଇ ତୋଳାର ସୁନାଚେନକୁ ଛିଡ଼ାଇ ନେଇଥିଲେ |ଏଥିରେ ବିଷ୍ଣୁଙ୍କ ନିଦ ଭାଙ୍ଗି ପାଟିକରିବାରୁ ପରିବାର ଲୋକେ ଓ ସାହି ପଡୋଶୀ ଉଠି ଦେଖିଲା ବେଳେ ଚୋର ମାନେ ଚମ୍ପଟ ମାରିଥିଲେ | ଆଜି ସକାଳେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ବ୍ୟାଙ୍କରୁ କିଛି ଚୋରୀ ଯାଇନଥିବା ଶାଖା ପରିଚାଳକ କମଲେଶ ପ୍ରସାଦ ଗୌଡ଼ ଜଣାଇଛନ୍ତି |ଏନେଇ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ସହ ଯୋଗାଯୋଗରେ ସେ କହିଛନ୍ତି ଏପର୍ଯ୍ୟନ୍ତ ବ୍ୟାଙ୍କ ପକ୍ଷ୍ଯରୁ ଏତଲା ଦିଆଯାଇନାହିଁ | ଘର ମାଲିକ ଏକ ଏତଲା ଦେଇଛନ୍ତି । ବର୍ତ୍ତମାନ ତଦନ୍ତ ଚାଲୁ ରହିଛି ।ଶୀଘ୍ର ଡକାୟତ ମାନଙ୍କୁ ଧରାଯିବ ।

Advertisement