Friday, November 6, 2026
ADVERTISEMENT
Home ଆଞ୍ଚଳିକ “କରୋନା “ନେଇ ଲୋକଙ୍କୁ ସଚେତନ କଲେ ଅଙ୍ଗନବାଡି ଓ ଏଏନଏମ

“କରୋନା “ନେଇ ଲୋକଙ୍କୁ ସଚେତନ କଲେ ଅଙ୍ଗନବାଡି ଓ ଏଏନଏମ

598
ADVERTISEMENT

କୋଦଳା,୨୦।୩(ସୂର୍ଯ୍ୟନାରାୟଣ ବଡୁ) : ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୁକ୍ରବାର ଡେରାସାହି , ବାଊରିସାହି ଅଙ୍ଗନବାଡି କର୍ମୀ , ସହାୟିକା ସମେତ ଏଏନଏମ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , ପ୍ରଭାସିନି ସେଠୀ ଏଏନଏମ ପ୍ରମିଳା ପାତ୍ର ସହାୟିକା ସବିତା ସାହୁ , ସୁକୁମାରୀ ଦାସ ମିଳିତ ଭାବେ ଡେରାସାହି , ଦସବଖରା ସାହି ,ଗୋହିରୀନାଳ ସାହି , ବାଉରିସାହି ର ପ୍ରତ୍ୟକ ଘରକୁ ଯାଇ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡବାସରେ ଭଲଭାବେ ହାତ ଧୋଇବାକୁ ପରାମର୍ଶ ଦେଇଥିଲେ । ତତସହିତ ଅନ୍ୟ ରାଜ୍ୟରୁ ଯଦି ନିଜ ପରିବାରର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷ୍ୟା କରାଇ ନେବାକୁ କହିଥିଲେ ।ଯଦି କୌଣସି କାମ ନାହିଂ ତାହାହେଲେ ବାହାରକୁ ନ ଯିବା ପାଇଁ କହିବା ସହିତ କାଶିବା ସମୟ ରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।

Advertisement