ମୋହନା,୨୦।୩(ମୋହନ ଗୌଡ): ସାରା ବିଶ୍ୱରେ କରୋନା ନାମକ ଏକ ସଂକ୍ରମିତ ରୋଗ ବ୍ୟାପି ଥିବା ବେଳେ ସେହି ରୋଗକୁ ନେଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ କୋକୁଆ ଭୟ ସୃଷ୍ଟି କରୁଛି । କେଉଁଠି ୧୪୪ ଧାରା ଲାଗୁ ରହୁଛି ତ ଆଉ କେଉଁଠି ଆବଶ୍ୟକୀୟ ଦୋକନା ଖୋଲା ଯାଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପୁଲିସ କହୁଛି । ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଠାରେ କରୋନା ସଚେତନତା ବାର୍ତା ନେଇ ଅଡବା ଗ୍ରାମର ସରପଂଚ ପ୍ରଦୀପ କୁମାର ଦଳ ବେହେରା, ଗ୍ରାମ ସେବକ ରବିନ୍ଦ୍ର କୁମାର ପାତ୍ର ଏବଂ ଗ୍ରାମର ସମସ୍ତ ସଦସ୍ୟମାନେ ଗାଁ ଗହଳି ବୁଲି ଲୋକଙ୍କୁ କରୋନା ସଚେତତନା କରାଉଛନ୍ତି ।


















