Thursday, November 5, 2026
ADVERTISEMENT
Home ଆଞ୍ଚଳିକ କରୋନା ପାଇଁ ପ୍ରଶାସନ ପକ୍ଷରୁ ବାଣିକ ସଂଘଙ୍କୁ ସଚେତନା

କରୋନା ପାଇଁ ପ୍ରଶାସନ ପକ୍ଷରୁ ବାଣିକ ସଂଘଙ୍କୁ ସଚେତନା

349
ADVERTISEMENT

ପାରଳାଖେମୁଣ୍ଡି,୧୯।୩(ଡ଼ିଏଚ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଚେତନା କାର୍ଯ୍ୟକ୍ରମ କରାଯାଉଛି। ଏହି ସଚେତନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରି କରୋନା ଭାଇରସ ଏକ ଏପରି ମହାମାରୀ ଯାହାକି ନିୟନ୍ତ୍ରଣକୁ ଆଣିବା ପାଇଁ ମାସ ମାସ ଧ୍ୟରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ସଚେତନା ହେବା ଅବଶ୍ୟକ ବୋଲି କହିଥିଲେ। ମୁଖ୍ୟତଃ ପାରଳାଖେମୁଣ୍ଡି ରହୁଥିବା ଦୈନିକ ବଜାର ଏବଂ ଆଖ ପାଖ ଅନେକ ଅଞ୍ଚଳରେ ଅନେକ ଗୁଡ଼ିଏ ଜଡ ବଡ ବ୍ୟବସାୟ ଗଡି ଉଠିଛି । ସେଠାକୁ ଲୋକେ ମାନେ ଦୈନନ୍ଦିନ ନିଜର ସାମଗ୍ରୀ କିଣିବା ପାଇଁ ଯାଇଥାନ୍ତି। ମାତ୍ର ଏହି ବ୍ୟବସାୟ ପ୍ରତିଷ୍ଠାନରେ ଯେପରି ଅତ୍ୟାଧିକ ଭିତ ସୃଷ୍ଟି ନହେବ ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ ରହୁଥିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସଚେତନ କରାଇଥିଲେ। ସେହିପରି ବିଭିନ୍ନ ବଡ ଦୋକାନ ମାନଙ୍କରେ ମଧ୍ୟ ଅଧିକାଂଶ ଗ୍ରାହକ ରହି ସେଠାରେ ଗହଳି ନଜମେ ସେଥି ପ୍ରତି ବ୍ୟବସାୟ ମାନ ଦୃଷ୍ଟି ଦେବା ଆବଶ୍ୟକ ବୋଲି କୁହାଯାଇଥିଲା। ଅନ୍ୟ ପକ୍ଷରେ ବ୍ୟବସାୟ ମାନେ ମଧ୍ୟ ସେମାନଙ୍କର କର୍ମଚାରୀ ମାନଙ୍କୁ ବାରମ୍ବାର ହାତ ସଫା କରିବା ପାଇଁ ପରାମର୍ଶ ଦେବା ପାଇଁ କୁହାଯାଇଥିଲା। ସେହିପରି ଖାଦ୍ୟ ସାମଗ୍ରୀ ବିକ୍ରୀ କରିବା ବେଳେ ଅଧିକ ସଚେତନତା ଆବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ୟାଙ୍କର ପରିଚାଳନା ପ୍ରତିନିଧି ମାନେ ଯୋଗଦେଇଥିବା ବେଳେ ସେମାନେ ମଧ୍ୟ ନିଜ ଶାଖାରେ ଗ୍ରାହକ ମାନଙ୍କର ଭିଡକୁ କିପରି କମାଇ ପାରିବେ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ବ୍ୟବଧାନ ବା ଦୂରତା ବଜାୟ ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଞାନରଂଜନ ଭଂଜଦେବ, ସମ୍ମାନିତ ଆଦିବାସୀ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ଉପ-ଜିଲ୍ଲାପାଳ ପ୍ରମୁଖଙ୍କ ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ବଣିକ ସଂଘର କର୍ମକର୍ତ୍ତାମ ପ୍ରମୁଖ ଉପସ୍ଥିତ ଥିଲେ।

Advertisement