କୋଦଳା,୧୮।୩(ସୂର୍ଯ୍ୟ ନାରାୟଣ ବୁଡୁ): ବେଗୁନିଆପଡା ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ତତ୍ଵାବଧାନରେ ମହାମାରୀ କରୋନା ଭାଇରସର ପ୍ରତିକାର ଓ ପ୍ରତିଷେଧକ ପାଇଁ ହାତଧୂଆ କେମିତି କରିବେ ତାର ଉପଯୁକ୍ତ ପ୍ରଣାଳୀ ବିଷୟ ରେ ବିଡିଓ ,ବ୍ଲକ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି , ବ୍ଲକ କର୍ମକର୍ତ୍ତାଙ୍କୁ ବୁଝାଇଥିଲେ । ହାତଧୂଆକୁ ନେଇ ୬ ପର୍ଯ୍ୟାୟର ପରିକ୍ଷାମୂଳକ ତାଲିମ ପ୍ରଦାନ କରିଥିଲେ । ପ୍ରଥମେ ହାତରେ ପାଣି ଢାଳିବା ପରେ ସାବୁନ କିମ୍ବା ହେଣ୍ଡ୍ଵାସ, ପକାଇବେ ପରେ ପୁଣି ପାଣି ପକାଇ ହାତକୁ ଆଗପଛ କରି ପର୍ଯ୍ୟାୟକ୍ରମେ ଧୋଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ର କର୍ମୀ ଲୋକମାନଙ୍କୁ ସଠିକ ଭାବେ ହାତଧୋଇବା ପାଇଁ କହିବା ନିମନ୍ତେ ପରାମର୍ଶ ଦେଇଥିଲେ ।ଏହି ତାଲିମ ଶିବିରରେ ବିଡିଓ ବେଦବର ପ୍ରଧାନ ,ଅଧ୍ୟକ୍ଷ କେ.ରାଜଲକ୍ଷ୍ମୀ ଦୋରା , ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମକର୍ତ୍ତା କରୋନା ଭାଇରସ ସମ୍ପର୍କିତ ଲିଫ୍ଲେଟ ଧରି ପ୍ରତ୍ୟକ ଘର ବୁଲି ଲିଫଲେଟ ବଣ୍ଟନ କରି କରୋନା ପାଇଁ ସତର୍କ ରହିବାକୁ ସଚେତନ କରିଥିଲେ ।


















