Friday, November 6, 2026
ADVERTISEMENT
Home ଆଞ୍ଚଳିକ ହରିଣ ଛୁଆ ଉଦ୍ଧାର

ହରିଣ ଛୁଆ ଉଦ୍ଧାର

324
ADVERTISEMENT

ବେଲଗୁଣ୍ଠା, ୧୮/୩ (ଶିବରାମ ଚୌଧୁରୀ) : ଗାଙ୍ଗପୁର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ବେଲଖିଆ ଘାଇ ଅଞ୍ଚଳକୁ ନିକଟସ୍ଥ ପାଲକଷଣ୍ଢା ଗ୍ରାମର ଗାଇଚରାଳି ଧୋବା ଗୌଡ ଆଜି ସକାଳ ୧୦ ଟା ସମୟରେ ଗାଇଗୋଠ ଧରି ଚରାଇବା ପାଇଁ ଯାଇଥିଲେ । ଅପରାହ୍ନ ୩ ଘଣ୍ଟା ସମୟରେ ବେଲଖିଆ ଘାଇ ନିକଟରୁ ଗାଇଗୋଠ ଧରି ଗାଁ ନିକଟସ୍ଥ ଏକ ତୋଟାକୁ ଆସିଥିଲେ ।

ଗାଇଗୋଠ ମଧ୍ୟରେ ଜଙ୍ଗଲରୁ ପ୍ରାୟ ୨୫ ରୁ ୩୦ ଦିନ ମଧ୍ୟରେ ଜନ୍ମିତ ଏକ ହରିଣ ଛୁଆ ବି ଆସିଥିବା ଦେଖିବା ପରେ ଧୋବା ଗ୍ରାମବାସୀ ଙ୍କ ସହାୟତା ରେ ଗାଙ୍ଗପୁର ବନପାଳଙ୍କୁ ଖବର ଦେଇଥିଲେ । ଖବର ପାଇ ଗାଙ୍ଗପୁର ବନପାଳ ଜି.ଭେଙ୍କଟରାଓ ଦୋରା,ବନରକ୍ଷୀ ମଦନମୋହନ ରାଓ,ସ୍କୁଆଡ୍ ଶିବ ବିଷୋୟୀ ଓ ଉତ୍ତମ ପ୍ରଧାନ ଯାଇ ଗ୍ରାମରୁ ହରିଣ ଛୁଆ କୁ ଉଦ୍ଧାର କରିଥିଲେ ।

ଗାଙ୍ଗପୁର ବନପାଳ କାର୍ୟ୍ୟାଳୟ ରେ କିଛି ଦିନ ତାର ଲାଳନପାଳନ କରିବା ପରେ ତାକୁ ନନ୍ଦନକାନନ ଛଡାଯିବ ବୋଲି ବନପାଳ।ଶ୍ରୀ ଦୋରା ପ୍ରକାଶ କରିଛନ୍ତି ।

Advertisement