Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋଦଳାରେ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନ ସଚେତନତା

କୋଦଳାରେ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନ ସଚେତନତା

325
ADVERTISEMENT

କୋଦଳା,୧୮/୩(ସୂର୍ଯ୍ୟ ନାରାୟଣ ବଡୁ):ସାରା ବିଶ୍ୱକୁ ଘାରିଛି କରୋନା ଚିନ୍ତା ।ଏହାର ମୂକାବଲା ନିମନ୍ତେ ଜିଲ୍ଳା ପ୍ରଶାସନ ସାରାଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସଙ୍ଗେ ସଙ୍ଗେ ସଭା ସମିତି ଭୋଜି ଭାତ ବିବାହ ବ୍ରତ ଦଣ୍ଡଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଏନଏସି ପ୍ରଶାସନ,ତହସିଲ କାର୍ୟାଳୟ ଏବଂ ଥାନା କାର୍ୟାଳୟର ମିଳିତ ସହାୟତାରେ କୋଦଳା ସହରରେ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନରେ ସମସ୍ତ ଏନଏସି କର୍ମଚାରୀ , ତହସିଲଦାର ପ୍ରଭାତ କୁମାର ପରିଡା ଏବଂ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ଥାନା କର୍ମଚାରୀ ମିଳିତ ଭାବେ ଏନଏସିର ପ୍ରତ୍ୟେକ ସାହି ସମେତ ବସଷ୍ଟାଣ୍ଡ ,ମାଛବଜାର , ପରିବା ବଜାର ଏବଂ ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ବୁଲି କରୋନା ଭାଇରସ ଉପରେ ଜନସଚେତନତା ସୃଷ୍ଟି କରିଥିଲେ ।

କୋରୋନା ଭୂତାଣୁ ସଂକ୍ରମଣ ନେଇ ବ୍ୟାପକ ପ୍ରଚାରରେ ଭୟଭୀତ ଆତଙ୍କିତ ନହୋଇ ସ୍ୱଚ୍ଛ ଏବଂ ପରିଚ୍ଛନ ରହିଲେ ସୁସ୍ଥ ଏବଂ ନିରାପଦ ଜୀବନ ବିତାଇପାରିବେ ବୋଲି ବାର୍ତ୍ତା ଦିଆଯାଇଥିଲା ।ଯେତେ ହାତ ସଫା ଥିଲେ ସୁଦ୍ଧା ପ୍ରତ୍ୟେକ ସମୟ ରେ ସାବୁନ କିମ୍ବା ହେଣ୍ଡବାସ ରେ ଭଲଭାବେ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଲିଫ୍ଲେଟ୍ ଓ ପୋଲିସ ର ମାଇକ ପ୍ରଚାର ଜରିଆରେ ଜନସାଧାରଣଙ୍କୁ ସଚେତନ କରି କାଶ,ଥଣ୍ଡା ଓ ସର୍ଦ୍ଦି ହୋଇଥିବା ବ୍ୟକ୍ତିଙ୍କୁ ଆଲିଙ୍ଗନ କିମ୍ବା କରମର୍ଦ୍ଦନ କରିବା ସକାଶେ ବାରଣ କରିଥିଲେ ଓ ଅତିକମରେ ଏକ ମିଟର ଦୂରତାରେ ରହି କଥାବାର୍ତ୍ତା କରିବା ପାଇଁ ପରାମର୍ଶ ଦେଇଥିଲେ ।ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କିରାଣି ଦୋକାନ , ପରିବା ଦୋକାନ , ଫଳ ଦୋକାନ ଓ ଔଷଧ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ କୁ ମାର୍ଚ୍ଚ ୩୧ ତାରିଖ ପର୍ଯନ୍ତ ବନ୍ଦ ରଖିବା ପାଇଁ କହିବା ସହିତ ସମସ୍ତ ଦୋକାନ କୁ ବନ୍ଦ କରିଥିଲେ ।କିରାଣି ଦୋକାନ ରେ ପ୍ରତି ମିଟରରେ ଜଣେ ଠିଆ ହୋଇ ସାମାନ କିଣିବାକୁ ପରାମର୍ଶ ଦେଇଥିଲେ ।ଯଦି କୌଣଷି ବ୍ୟବସାୟୀ ଏହାକୁ ଗୁରୁତ୍ଵ ନଦେଇ ବିଶୃଙ୍ଖଳା ସୃଷ୍ଟିକରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।

ଏହି ଅବସରରେ ଦୋକାନୀ ମାନେ ଡଷ୍ଟବିନ ନ ରଖିବା , ଦୁଆରେ ଅବର୍ଜନା ରଖିବା ଏବଂ ପଲିଥିନ ବିକ୍ରି କରୁଥିବା ନେଇ ଆଠଗୋଟି ଦୋକାନ ରୁ ୩୮୦୦୦/-ଏନଏସି ପ୍ରଶାସନ ଜୋରିମାନା ଆଦାୟ କରିଥିଲେ ।ଆଜିଠାରୁ ୩୧ ପର୍ଯନ୍ତ ପ୍ରତ୍ୟକ ଦିନ ପ୍ରତ୍ୟକ ବ୍ୟବସାୟୀ ଦୋକାନ ବନ୍ଦ ରଖି ମହାମାରୀ କରୋନା ର ମୂକାବଲା କରିବାକୁ କହିଥିଲେ । ନିଜେ ଅସୁସ୍ଥତା ଅନୁଭବ କରିଲେ ଅନ୍ୟକୁ କୌଣସି ପ୍ରକାର ସଂକ୍ରମଣ ନହୁଏ ସେଥିପ୍ରତି ଯତ୍ନବାନ ହେବା ପାଇଁ ମାସ୍କ ପିନ୍ଧିପାରନ୍ତି ବୋଲି କୁହାଯାଇଥିଲା ।ପୋଲିସ , ତହସିଲଦାର ଓ ଏନଏସିର ମିଳିତ ସଚେତନତା ରେ ବ୍ୟବସାୟୀ ସଚେତନ ହୋଇପାରିବେ ବୋଲି ଲୋକମାନେ ଆଶା ବ୍ୟକ୍ତ କରୁଛନ୍ତି ।

Advertisement