ଭୁବନେଶ୍ୱର,୧୮/୩(ଡି.ଏଚ):ରାଜଧାନୀ ଭୁବନେଶ୍ୱରରେ କରୋନା ପାଇଁ ପ୍ରମୁଖ ହାଟ ଉପରେ ବିଏମ୍ସିର କଟକଣା । ବିଏମ୍ସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ଏହାପରେ ହାଟ ଗୁଡ଼ିକ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଭୁବନେଶ୍ୱର ବିଏମ୍ସିର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି ମାର୍କେଟ୍, ରୁଚିକା ଡେଲି ମାର୍କେଟ୍, ଓଲ୍ଡ ଟାଉନ ଡେଲି ମାର୍କେଟ୍, ଇନ୍ଦ୍ରଧନୁ ଡେଲି ମାର୍କେଟ୍ ଓ ଡମଣା ହାଟ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ମାର୍ଚ୍ଚ ୩୧ ଯାଏ ଏହି କଟକଣା ଲାଗୁ ହେବ।


















