Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋଦଳା ରେ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନ ସଚେତନତା,ବଜାର ବନ୍ଦ , ଚାରିଆଡେ ଶୁନଶାନ

କୋଦଳା ରେ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନ ସଚେତନତା,ବଜାର ବନ୍ଦ , ଚାରିଆଡେ ଶୁନଶାନ

319
ADVERTISEMENT

କୋଦଳା,୧୭।୩(ସୂର୍ଯ୍ୟନାରାୟଣ ବଡୁ ): ସାରା ବିଶ୍ୱକୁ ଘାରିଛି କରୋନା ଚିନ୍ତା ।ଏହାର ମୂକାବଲା ନିମନ୍ତେ ଜିଲ୍ଳା ପ୍ରଶାସନ ସାରାଜିଲ୍ଲାରେ ୧୪୪ଧାରା ଲାଗୁ କରିବା ସଙ୍ଗେ ସଙ୍ଗେ ସଭା ସମିତି ଭୋଜି ଭାତ ବିବାହ ବ୍ରତ ଦଣ୍ଡଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଏନଏସି ପ୍ରଶାସନ,ତହସିଲ କାର୍ୟାଳୟ ଏବଂ ଥାନା କାର୍ୟାଳୟ ର ମିଳିତ ସହାୟତାରେ କୋଦଳା ସହରରେ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନରେ ସମସ୍ତ ଏନଏସି କର୍ମଚାରୀ , ତହସିଲଦାର ପ୍ରଭାତ କୁମାର ପରିଡା ଏବଂ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ଥାନା କର୍ମଚାରୀ ମିଳିତ ଭାବେ ଏନଏସିର ପ୍ରତ୍ୟକ ସାହି ସମେତ ବସଷ୍ଟାଣ୍ଡ ,ମାଛବଜାର , ପରିବା ବଜାର ଏବଂ ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ବୁଲି କରୋନା ଭାଇରସ ଉପରେ ଜନସଚେତନତା ଶ୍ରୁସ୍ଠି କରିଥିଲେ । କୋରୋନା ଭୂତାଣୁ ସଂକ୍ରମଣ ନେଇ ବ୍ୟାପକ ପ୍ରଚାରରେ ଭୟଭୀତ ଆତଙ୍କିତ ନହୋଇ ସ୍ୱଚ୍ଛ ଏବଂ ପରିଚ୍ଛନ ରହିଲେ ସୁସ୍ଥ ଏବଂ ନିରାପଦ ଜୀବନ ବିତାଇପାରିବେ ବୋଲି ବାର୍ତ୍ତା ଦିଆଯାଇଥିଲା ।ଯେତେ ହାତ ସଫା ଥିଲେ ସୁଦ୍ଧା ପ୍ରତ୍ୟକ ସମୟ ରେ ସାବୁନ କିମ୍ବା ହେଣ୍ଡବାସ ରେ ଭଲଭାବେ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଲିଫ୍ଲେଟ୍ ଓ ପୋଲିସ ର ମାଇକ ପ୍ରଚାର ଜରିଆରେ ଜନସାଧାରଣଙ୍କୁ ସଚେତନ କରି କାଶ,ଥଣ୍ଡା ଓ ସର୍ଦ୍ଦି ହୋଇଥିବା ବ୍ୟକ୍ତିଙ୍କୁ ଆଲିଙ୍ଗନ କିମ୍ବା କରମର୍ଦ୍ଦନ କରିବା ସକାଶେ ବାରଣ କରିଥିଲେ ଓ ଅତିକମରେ ଏକ ମିଟର ଦୂରତ୍ୱ ରେ ରହି କଥାବାର୍ତ୍ତା କରିବା ପାଇଁ ପରାମର୍ଶ ଦେଇଥିଲେ ।ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କିରାଣି ଦୋକାନ , ପରିବା ଦୋକାନ , ଫଳ ଦୋକାନ ଓ ଔଷଧ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ କୁ ମାର୍ଚ୍ଚ 31 ତାରିଖ ପର୍ଯନ୍ତ ବନ୍ଦ ରଖିବା ପାଇଁ କହିବା ସହିତ ସମସ୍ତ ଦୋକାନ କୁ ବନ୍ଦ କରିଥିଲେ ।କିରାଣି ଦୋକାନ ରେ ପ୍ରତି ମିଟର ରେ ଜଣେ ଠିଆ ହୋଇ ସାମାନ କିଣିବାକୁ ପରାମର୍ଶ ଦେଇଥିଲେ ।ଯଦି କୌଣଷି ବ୍ୟବସାୟୀ ଏହାକୁ ଗୁରୁତ୍ଵ ନ ଦେଇ ବିଷ୍ରୁଣ୍ଖଳା ଶ୍ରୁଶ୍ଟି କରେ ସେମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।ଏହି ଅବସର ରେ ଦୋକାନୀ ମାନେ ଦସ୍ଟବିନ ନ ରଖିବା , ଦୁଆରେ ଅବର୍ଜନା ରଖିବା ଏବଂ ପଲିଥିନ ବିକ୍ରି କରୁଥିବା ନେଇ ଆଠଗୋଟି ଦୋକାନ ରୁ ୩୮000/-ଏନଏସି ପ୍ରଶାସନ ଜୋରିମାନା ଆଦାୟ କରିଥିଲେ ।ଆଜିଠାରୁ୩୧ପର୍ଯନ୍ତ ପ୍ରତ୍ୟକ ଦିନ ପ୍ରତ୍ୟକ ବ୍ୟବସାୟୀ ଦୋକାନ ବନ୍ଦ ରଖି ମହାମାରୀ କରୋନା ର ମୂକାବଲା କରିବାକୁ କହିଥିଲେ । ନିଜେ ଅସୁସ୍ଥତା ଅନୁଭବ କରିଲେ ଅନ୍ୟକୁ କୌଣସି ପ୍ରକାର ସଂକ୍ରମଣ ନହୁଏ ସେଥିପ୍ରତି ଯତ୍ନବାନ ହେବା ପାଇଁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିଲା ।ପୋଲିସ , ତହସିଲଦାର ଓ ଏନଏସି ର ମିଳିତ ସଚେତନତା ରେ ବ୍ୟବସାୟୀ ସଚେତନ ହୋଇପାରିବେ ବୋଲି ଲୋକମାନେ ଆଶା ବ୍ୟକ୍ତ କରୁଛନ୍ତି ।

Advertisement