Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର “କରୋନା’କୁ ଦୃଷ୍ଟିରେ ରଖି ଅଗ୍ରୀମ ଦିଆଜିବ ସାମାଜିକ ସୁରକ୍ଷା ଭତ୍ତା

“କରୋନା’କୁ ଦୃଷ୍ଟିରେ ରଖି ଅଗ୍ରୀମ ଦିଆଜିବ ସାମାଜିକ ସୁରକ୍ଷା ଭତ୍ତା

308
ADVERTISEMENT

ଭୁବନେଶ୍ୱର ,୧୭।୩(ଆଇଏଣ୍ଡ ପି ଆର.ଓ ) :କରୋନା ଭୂତାଣୁ ରୋଗ (କୋଭିଡ୍-୧୯)କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଅଗ୍ରୀମ ପ୍ରଦାନ କରାଜିବା ଫଳରେ ଫଳରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ପଞ୍ଜୀକୃତ ହିତାଧୀକାରୀମାନେ ଆସନ୍ତା ଅେ ପ୍ରଲ, ମଇ, ଜୁନ୍ ଓ ଜୁଲାଇ ମାସର ଭତ୍ତା ଅଗ୍ରୀମ ପାଇବେ ବୋଲି ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା ଆଜି ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁବ୍ୟାପକ ପ୍ରତିକାରମୂଳକ ପଦକ୍ଷେ ପ ଗ୍ରହଣ କରାଯାଉଛିା ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଉପକୃତ ହେଉଥିବା ହିତାଧୀକାରୀମାନଙ୍କୁ ସେଥିପାଇଁ ଆସନ୍ତା ୪ ମାସର ଭତ୍ତା ରାଶି ଅଗ୍ରୀମ ପ୍ରଦାନ କରାଜିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା ତେବେ ଏହି ଭତ୍ତା ପ୍ରଦାନର ନିର୍ଦ୍ଦିଷ୍ଟ ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଘୋଷଣା କରାଜିବା ଅନ୍ୟ ପକ୍ଷରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣବିଭାଗ ପକ୍ଷରୁ କରୋନା ପ୍ରତିରୋଧ ନେଇ ମାର୍ଗଦର୍ଶିକା ଜାରି କରାଯାଇଛିାବିଭାଗ ପକ୍ଷରୁ ଚାଲିଥିବା କ୍ଷମତା ଏକ୍ସେ ପ୍ରସ୍ ଶିବିର, ଭିନ୍ନକ୍ଷମ ପ୍ରମାଣ ପତ୍ର ଶିବିର, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ଅନ୍ୟାନ୍ୟ ହିତାଧୀକାରୀସଂ ପୃକ୍ତ ଥେରା ପି, ଫିଟ୍ମେଣ୍ଟ ଓ କାଉନ୍ସେଲିଂ କେନ୍ଦ୍ରଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛିା ଗତକାଲିବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଉପରୋକ୍ତ ମର୍ମରେ ପତ୍ର ଲେଖି ମାର୍ଗଦର୍ଶିକା ପାଳନ ନିମନ୍ତେ ପରାମର୍ଶ ଦେଇଛନ୍ତିା

Advertisement