Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାଇକ-ମ୍ୟାକ୍ସ ପିକଅପ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜୀବନ

ବାଇକ-ମ୍ୟାକ୍ସ ପିକଅପ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜୀବନ

456
ADVERTISEMENT

ମୋହନା ୧୭/୦୩ (ମୋହନ ଗୌଡ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଇସିଂ ଘାଟି ଗଡାଣି ତଳେ ଜାତୀୟ ରାଜପଥ ୩୨୬ ମୁଖ୍ୟ ସଡକରେ ମ୍ୟାକ୍ସ ପିକଅପ୍ (ଓଡି ୦୭ ଆର ୦୦୮୭)ଟି ରାୟଗଡା ପଟୁ ବ୍ରହ୍ମପୁର ଯାଉଥିବା ସମୟରେ ଅପର ପାଶ୍ୱର୍ ମୋହନା ପଟୁ ରାମନାଜୁ ଯାଉଥିବା ହିରୋ ଗ୍ଳାମୋର ବାଇକ ନଂ ଓଡି ୦୭ ଇ ୭୩୩୮କୁ ପିକଅପ୍ ସହଧକ୍କା ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ କର୍ଚ୍ଚବାଡି ପଂଚାୟତ ରାମାନାଜୁ ଗ୍ରାମର ସୁଧିର ମଲ୍ଲିକ, ମେଲ ମଲ୍ଲିକ ଅନ୍ୟ ଜଣେ ହୁଏରି ଗ୍ରାମର ରାମଚନ୍ଦ୍ର ମଳିକଙ୍କ ମୁର୍ତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ପିକଅପ୍ ଗାଡିର ଡ୍ରାଇଭର ଗାଡିକୁ ଛାଡି ଫେରାର ହୋଇଯାଇଥିଲେ । ୩ ଜଣ ବ୍ୟକ୍ତିଙ୍କ ମୁଣ୍ଡ, ହାତ, କାନ ଓ ହାଇଡ୍ରୋସ୍ରେ ଗଭିର ଆଘାତ ଲାଗିଥିବା ଯୋଗୁଁ ଉକ୍ତ ସ୍ଥାନରେ ୩ ଜଣଙ୍କ ମୃତୁ୍ୟ ଘଟିଥିଲା । ସେମାନଙ୍କୁ ମୋହନା ପୁଲିସ ୧୦୮ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ମୃତୁ୍ୟ ଖବର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଥିଲେ କିନ୍ତୁ ମୃତୁ୍ୟ ବରଣ କରିଥିବା ୩ ଜଣଙ୍କ ଶବକୁ ସ୍ଥାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ଏବଂ ପରିବାର ବର୍ଗକୁ ଖବର ନଦେବା ପ୍ରତିବାଦରେ ପରିବାର ଲୋକେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ସଡକ ଛକ ଓ ଘଟଣାସ୍ଥଳରେ ଗଛ ଓ ପଥର ପକାଇ ୨ ଘଂଟା ପର୍ଯ୍ୟନ୍ତ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ । ଖବର ପାଇ ମୋହନା ପୁଲିସ, ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଓ ବିଡିଓ ବଂଶିଧର ଖୋସଲା ଉତେଜିତ ଲୋକଙ୍କୁ ବୁଝାସସୁଝା କରିବା ସହ ପ୍ରଶାସନର ନିୟମ ମୁତାବକ କ୍ଷତି ପୁରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାଜରାସ୍ତାରୁ ଅବରୋଧ ହଟିଥିଲା ।

Advertisement