ପାରଳାଖେମୁଣ୍ଡି,୧୭।୩(ପ୍ରଭାତ କୁମାର ପାତ୍ର): କରୋନା ପାଇଁ ସାରା ବିଶ୍ଵ ବର୍ତମାନ ଚିନ୍ତିତ। ଭାରତରେ କରୋନା ସଂକ୍ରାମଣରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ସତର୍କମୁଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ଗତ କିଛି ଦିନ ଧରି ଜନଗହଳି ପୂଣ୍ଣ ସମ୍ଭାବନା ଥାଏ ସ୍ଥାନ ବନ୍ଧ କରିଥିବା ବେଳେ ଆଜି ସାରା ଜିଲ୍ଲାରେ ୧୪୪ ଧାରା ଜାରି କରିଛି। ଏହି ଧାରା ଲାଗୁ ହେବ ପରେ ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ସ୍ଥାନରେ ଥିବା ଅତି ଆବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଇ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଏହା ସହ କୈାଣସି ପ୍ରକାର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ବନ୍ଧ କରିବା ପାଇଁ ଘୋଷଣା କରାଯାଇଛି। ଏହି ଆଧାରରେ ଆଜି ପାରଳାଖେମୁଣ୍ଡି ସହରରେ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ତହସିଲଦାର, ଆଦର୍ଶ ଥାନା ଅଧିକାରୀ ବୁଲି ବୁଲି ଡାକ ବାଜିରେ ଘୋଷଣା କରିବା ସହ ତୁରନ୍ତ ଦୋକାନ ବଜାର ବନ୍ଦ ଦାବିରେ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କୈାଣସି ସ୍ଥାନରେ ୫ ଜଣରୁ ଅଧିକ ରହିପାରିବେ ନାହିଁ। ବିଭିନ୍ନ ସ୍ଥାନରେ ଥିବା କଲ୍ୟାଣୀ ମଣ୍ଡପକୁ କୈାଣସି ଭୋଜି ଭାତରେ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କଲେ ଆଇନ ଅନୁସାରେ ସେମାନଙ୍କୁ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୃଷ୍ଟ କରିଛନ୍ତି।














