Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼

268
ADVERTISEMENT

ପୁରୀ, ୩/୭ (ଡି.ଏଚ.ବି) : ରଥଯାତ୍ରା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ସାହାଣମେଲା ଚାଲିଥିବା ବେଳେ ଭିଡ଼ ନିୟନ୍ତ୍ରଣ ବାହାନାରେ ପୁଲିସ ଜଣେ ମହିଳା ଭକ୍ତଙ୍କୁ ମାଡ଼ ମାରିବାରୁ ତାଙ୍କ ଆଖିପତା ଫାଟିଯିବା ସହ ରକ୍ତ ବାହାରିଥିଲା। ଆହତ ମହିଳା ଭକ୍ତ ଜଣକ ଯାଜପୁର ଅଞ୍ଚଳର ରାଜଲକ୍ଷ୍ମୀ ପଣ୍ଡା ବୋଲି ଜଣାପଡ଼ିଛି। ପୁଲିସର ଏଭଳି ଆଚରଣକୁ ରାଜଲକ୍ଷ୍ମୀ ପ୍ରତିବାଦ କରିବା ସହିତ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ। ବରିଷ୍ଠ ପଦାଧିକାରୀମାନେ ରାଜଲକ୍ଷ୍ମୀଙ୍କୁ ବୁଝାସୁଝା କରିବା ପରେ ସେ ଶାନ୍ତ ପଡିଥିଲେ। ସୂଚନା ମୁତାବକ, ଅପରାହ୍ନରେ ସାହାଣମେଲା ଚାଲିଥିବା ବେଳେ ରାଜଲକ୍ଷ୍ମୀ ଭିତରକାଠ ନିକଟରେ ପହଞ୍ଚିଥିଲେ। ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ଥିବା ପୁଲିସ ଏକ ଗୁଆ ଛାଲିରେ ତାଙ୍କୁ ବାଡେଇଥିଲେ।

Advertisement