Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ଆକାଶବାଣୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମହାବାହୁ’

ଆକାଶବାଣୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମହାବାହୁ’

369
ADVERTISEMENT

ପୁରୀ, ୩/୭ (ଡି.ଏଚ.ବି): ପବିତ୍ର ରଥଯାତ୍ରା ଅବସରରେ ପୁରୀ ଆକାଶବାଣୀ କେନ୍ଦ୍ର ପକ୍ଷରୁ ପ୍ରସାରିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମହାବାହୁ’। ଘୋଷଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୮ଟା ୪୫ ମିନିଟରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ମହାବାହୁଙ୍କ ସେବାରେ ନିୟୋଜିତ ସେବକମାନଙ୍କର ସେବା ଏବଂ ସେମାନଙ୍କର ଅନୁଭୂତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ‌କରାଯାଇଛି। ଭାବ ଓ ଭକ୍ତି ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ପ୍ରଯୋଜନା ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ନିଷ୍ପାଦକ କଳ୍ପନା ପରିଡ଼ା କରିଥିବା ବେଳେ ପରିକଳ୍ପନା ଓ ଉପସ୍ଥାପନାରେ ରହିଛନ୍ତି ଉଦ୍‌ଘୋଷକ ସିଦ୍ଧାର୍ଥ ରାୟ। କାର୍ଯ୍ୟକ୍ରମକୁ ଶ୍ରୋତାମାନେ ୧୦୩.୪ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ ବୋଲି ଆକାଶବାଣୀ ପୁରୀର କେନ୍ଦ୍ର ନିର୍ଦ୍ଦେଶକ ଜଣାଇଛନ୍ତି।

Advertisement