Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ମହାପ୍ରଭୁଙ୍କ ସେବାରେ କୁନି ଦତ୍ତମହାପାତ୍ର ସେବକ

ମହାପ୍ରଭୁଙ୍କ ସେବାରେ କୁନି ଦତ୍ତମହାପାତ୍ର ସେବକ

751
ADVERTISEMENT

ପୁରୀ ୩/୭ (ଡି.ଏଚ.ବି): ମହାପ୍ରଭୁଙ୍କ ସେବାରେ କୁନି ଦତ୍ତ ମହାପାତ୍ର ସେବକ ଭାବେ ଯୋଗ ଦେଇଛନ୍ତି ବାସୁଦେବ ମହାପାତ୍ର। ୧ ବର୍ଷ ଦୁଇ ମାସର ବାସୁଦେବ ଗତକାଲି ଖଡ଼ିପ୍ରସାଦ ବିଜେ ନୀତିରେ ଯୋଗ ଦେବା ସହ ବରିଷ୍ଠ ଦତ୍ତ ମହାପାତ୍ର ସେବକଙ୍କ ସାଙ୍ଗରେ ହବିଷାନ୍ନ ପାଳନ କରିଛନ୍ତି। ମହାପ୍ରଭୁଙ୍କ ସେବା ସଂପନ୍ନ ନହେବା ଯାଏ ସେ ହବିଷାନ୍ନ ପାଳନ କରିବେ। ଦତ୍ତ ମହାପାତ୍ର ସେବକ ସ୍ବର୍ଗତ ଜଗନ୍ନାଥ ଦତ୍ତ ମହାପାତ୍ରଙ୍କ ନାତି ତଥା ଦତ୍ତ ମହାପାତ୍ର ସେବକ ଧନେଶ୍ବର ଦତ୍ତ ମହାପାତ୍ରଙ୍କ ପୁଅ। ପରମ୍ପରା ଅନୁଯାୟୀ ଶାଢ଼ୀ ବନ୍ଧା ନୀତି ସଂପନ୍ନ ପରେ ମହାପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବାସୁଦେବ। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଖଡ଼ିପ୍ରସାଦ ରାଜନଅରକୁ ବିଜେ କରିଥିଲା। ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଲାଗି ଖଡ଼ିପ୍ରସାଦକୁ ଶୋଭାଯାତ୍ରା ସହକାରେ ରାଜନଅରକୁ ନେଇଥିଲେ। ଏହି ଶୋଭାଯାତ୍ରାରେ କୁନି ଦତ୍ତ ମହାପାତ୍ର ସେବକ ବାସୁଦେବ ଯୋଗ ଦେଇଥିଲେ। ଗତକାଲିଠାରୁ ସେ ଖଡ଼ି ସେବାରେ ନିୟୋଜିତ ହୋଇଛନ୍ତି।

Advertisement