ADVERTISEMENT
Home ଆଞ୍ଚଳିକ ଶ୍ରୀ ରାମଚରିତ ନବାନ୍ହ ପାରାୟଣ ଅନୁଷ୍ଠିତ

ଶ୍ରୀ ରାମଚରିତ ନବାନ୍ହ ପାରାୟଣ ଅନୁଷ୍ଠିତ

485
ADVERTISEMENT

ସାନଖେମୁଣ୍ଡି, ୧୧/୦୩ (ସପନା ଦାଶ) : ସାମ୍ପ୍ରତିକ ସ୍ଥିତିରେ କଳି ସନ୍ତପ୍ତ ମାନବ ସମାଜ ସାମୁହିକ ପ୍ରଗତିକୁ ଆଧାର କରି ଉନ୍ନତିର ଉଚ୍ଚ ସୋପାନରେ ଅବତୀର୍ଣ୍ଣ ହୋଇଅଛି। ତଥାକଥିତ ପ୍ରଗତିକୁ ହାସଲ କରିବା ଲକ୍ଷରେ ନାନାଦି ଅପକର୍ମ କାରଣରୁ ପ୍ରକୃତିର କରାଳ ବିଭୀଷିକାର ଶିକାର ହେବା ସହ ଅତ୍ୟନ୍ତ ନିଷ୍ପେସିତ ପରିସ୍ଥିତିର ସାମନା କରୁଥିବା ଦୃଷ୍ଟିମାନ ହୋଉଅଛି।

ଅତଏବ ତାହାର ନିରାକରଣ ନିମନ୍ତେ ଶାନ୍ତିର ବାର୍ତ୍ତାବହ ସ୍ୱରୂପ ଗୋସ୍ୱାମୀ ତୁଳସୀ ଦାଶଙ୍କ କୃତି ଶ୍ରୀମାନ ରାମ ଚରିତ ମାନସ ନବାନ୍ହ ପାରାୟଣ ଓ ପ୍ରବଚନ ରାଧାଦେଇପୁର(ପାଟପୁର) ସ୍ଥିତ ମାଁ ଗୌରଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ତା-୩ ମାର୍ଚ୍ଚ ରବିବାର ଠାରୁ ୧୧ ତାରିଖ ଯାଇ ୯ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଅଛି। ରାଧାଦେଇପୁର ଗ୍ରାମବାସୀଙ୍କ ସହ ପାଟପୁର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଆବାହକ, ଉଦ୍ୟୋକ୍ତାଙ୍କ ଦ୍ଵାରା ନିର୍ଦ୍ଧାରିତ ଜଳଯାତ୍ରା ସହ ଆରମ୍ଭ ହୋଇଥିବା ଏହି ପାରାୟଣ କାର୍ଯ୍ୟକ୍ରମରେ ବ୍ୟାସ ପୂଜ୍ୟପାନ ସନ୍ଥଶ୍ରୀ ସୀତାରାମ ଦାସ ବାବା ନିର୍ବାହୀ କରିଥିବା ବେଳେ କଥାବ୍ୟାସ ଭାବରେ ପୂଜ୍ୟ ସନ୍ତଶ୍ରୀ ପ୍ରେମାନନ୍ଦ ଦାଶ ମହାରାଜ(ପୁରୀ) ପ୍ରବଚନ ପ୍ରଦାନ କରିଛନ୍ତି। ପୁରୋଧା ଭାବରେ ଆଚାର୍ଯ୍ୟ ପଣ୍ଡିତ ଶ୍ରୀ ରାଧାକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ସୁପରିଚାଳନା କରିଛନ୍ତି।

ଅନୁଷ୍ଠିତ ଅଷ୍ଟମ ଦିବସ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି ପ୍ରବଚନ ଶ୍ରବଣ କରିବା ସହ ଆୟୋଜିତ କାର୍ଯ୍ୟକ୍ରମର ସଫଳ କାମନା କରିଛନ୍ତି। ୯ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକର୍ତା ଶ୍ରୀ ରାଧା ବିନୋଦ ପାଣିଗ୍ରାହୀ, ରଘୁନାଥ ସାହୁ, ସୁକାନ୍ତ ଖୁଣ୍ଟିଆ, ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ, ଜିଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ବାରିକ, ପାଟପୁର ସରପଞ୍ଚ ଟି. ବାବୁ ସୁବୁଦ୍ଧି, ଦୁର୍ଗା ପ୍ରସାଦ ପାଢ଼ୀ, ମୁକୁଲ ଚନ୍ଦ୍ର ବରାଡ଼, ଶଙ୍କର୍ଷଣ ଖୁଣ୍ଟିଆ, ସତ୍ୟନାରାୟଣ ରଥ, ଶଙ୍କର୍ଷଣ ରଥ, କୀର୍ତ୍ତନ ମହାଙ୍କୁଡ଼, ସହଦେଵ ପାତ୍ର ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି।

Advertisement