Tuesday, September 8, 2026
ADVERTISEMENT
Home Uncategorized ଆଖୁ ଓ ପରିବା ଫସଲ ଧ୍ଵଂସକଲେ ହାତୀପଲ

ଆଖୁ ଓ ପରିବା ଫସଲ ଧ୍ଵଂସକଲେ ହାତୀପଲ

269
ADVERTISEMENT

ସାନଖେମୁଣ୍ଡି,୭।୩(ସପନ ଦାସ): ସାନଖେମୁଣ୍ଡି ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି। ରତନେଇ ପାହାଡ଼ ବଗବନ୍ଧ ଜଙ୍ଗଲକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବି ୬ଟି ହାତୀ ସେଠାରେ ରହି ସାନଖେମୁଣ୍ଡି ଗ୍ରାମାଞ୍ଚଳରେ ଅମଳହେବାକୁ ଥିବା ଆଖୁ, ବନ୍ଧାକୋବି, ଫୁଲକୋବି, ବିଟ୍, ବାଇଗଣ, ଝୁଡୁଙ୍ଗ, ମୂଳା ପୋଟଳ ଶିମ୍ବ ଶାଗ ଆଦି ଫସଲକୁ ଦଳିଦେଇ ନଷ୍ଟ କରିଥିବା ଚାଷୀମାନେ କହିଛନ୍ତି ।

ଏହି ଗ୍ରାମର ରମେଶ ସାହୁ ସୁରେନ୍ଦ୍ର ସାହୁ ଉପେନ୍ଦ୍ର ସାହୁଙ୍କ ବ୍ୟାପକ ପରିବା ଓ ଆଖୁଫସଲକୁ ହାତୀପଲ ନଷ୍ଟ କରିଛନ୍ତି। ଧାରାବାହିକ ଭାବରେ ହାତୀପଲ ଚାଷୀଙ୍କ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ନାଁ ରେ କେବଳ ବିଦ୍ୟୁତ୍ ବିଛିନ୍ନ ବ୍ୟବସ୍ଥା କରି ହାତଝାଡି ବସୁଥିବା ବନବିଭାଗ ହାତୀପଲ ଗାଁରେ ପଶି ଫସଲହାନୀର ସ୍ଥାୟୀ ନିରାକରଣ ସହ ଫସଲ କ୍ଷତି, ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

Advertisement