Wednesday, September 23, 2026
ADVERTISEMENT
Home ମୁଖ୍ୟ ଖବର “କୋରୋନା” ସତର୍କତା ଅବଲମ୍ବନ କରିବାକୁ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା

“କୋରୋନା” ସତର୍କତା ଅବଲମ୍ବନ କରିବାକୁ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା

381
ADVERTISEMENT

ଭୁବନେଶ୍ୱର ,୬/୩ (ବ୍ୟୁରୋ ) : ସମଗ୍ର ବିଶ୍ବରେ ଧିରେ ଧିରେ କାୟା ବିସ୍ତାର କରୁଛି ଘାତକ କୋରୋନା ଭାଇରସ । ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଏଯାବତ ବିଶ୍ବବ୍ୟାପୀ ୩୧00ରୁ ଅଧିକ ମୁଣ୍ଡ ନେଲାଣି । ଏହାସହିତ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ କୋରୋନା ।
ଦିନକୁ ଦିନ କୋରୋନାକୁ ନେଇ ଆତଙ୍କ ବାତାବରଣ ହେଉଥିବା ବେଳେ ଏହାକୁ ନେଇ ନାନା ଗୁଜବ ବି ବଢ଼ିବାରେ ଲାଗିଛି । ତେବେ ଗୁଜବରେ ବିଶ୍ବାସ ନକରି କେନ୍ଦ୍ର ସରକାର ଜାରି କରିଥିବା ଗାଇଡ଼ ଲାଇନ ଓ ସତର୍କତା ଅବଲମ୍ବନ କରିବାକୁ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ଏପଟେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଛୁଇଁବା ପରେ ଚାରିଆଡେ କୋକୁଆ ଭୟ । ଏଭଳି ସ୍ଥିତିରେ ଲୋକଙ୍କୁ ଭୟଭୀତ ନହେବାକୁ ବାଲୁକାକଳା ମାଧ୍ୟମରେ ସଚେତନ କରିଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କୋରୋନା ଭାଇରସକୁ ନେଇ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରିଛନ୍ତି । ଏଥିରେ ଲୋକଙ୍କୁ ଭୟଭୀତ ନ ହେବାକୁ ବାର୍ତ୍ତା ଦେବା ସହ ସୁରକ୍ଷିତ ରହିବାକୁ କହିଛନ୍ତି ।

Advertisement