ବନ୍ଥପଲ୍ଲୀ ଗ୍ରାମଠାରେ ପଞ୍ଚାୟତିରାଜ ଦିବସ ପାଳନ

349
ADVERTISEMENT

କୁକୁଡାଖଣ୍ଡି, ୫ା୩ (ବ୍ୟୁରୋ) : ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରେ ପଞ୍ଚାୟତିରାଜ ଦିବସ ରୂପେ ବନ୍ଥପଲ୍ଲୀ ଗ୍ରାମଠାରେ ପାଳନ କରାଯାଉଛି । ଉକ୍ତ ଉତ୍ସବରେ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ , ଗ୍ରା.ପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳାଇ, ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଗ୍ରା.ପର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ନାଏବ ସରପଞ୍ଚ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଜେଏସ୍, ଜିଆରଏସ୍, ଏସ୍ଇଏମ୍, ପମ୍ପଡ୍ରାଇଭର ଓ ପଞ୍ଚାୟତର ଅଧିବାସୀ ଉପସ୍ଥିତ ଥିଲେ । ଏଥିରେ ସରପଞ୍ଚ ଶ୍ରୀ ସ୍ୱାଇଁ ବିଗତ ୨୦ବର୍ଷର ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟାବଳୀକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ସହିତ ସଚେତନ କରାଇଥିଲେ ।

Advertisement