ଭାବସରରେ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ

315
ADVERTISEMENT

ବୁଗୁଡା ୦୫/୩ (ଡ଼ିଏଚ) : ଭାବସର ଗ୍ରାମରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ୭୧ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, କନିଷ୍ଠ ଯନ୍ତ୍ରୀ ଏ ରାମା ରାଓ, ସରପଞ୍ଚ ଧୋବା ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହେବାଦ୍ୱାର ଭାବସର ଗ୍ରାମରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ଦୂର ହେବା ସହ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

Advertisement