କୁକୁଡାଖଣ୍ଡି, ୪/୩ (ଇ.ରଞ୍ଜନ) ; ସଦରଥାନା ଅନ୍ତଗତ ଗୁଣ୍ଠବନ୍ଧ ନିକଟରେ ବୁଧବାର ଅପରାହ୍ନରେ ଏକ ମହିନ୍ଦ୍ରା କାର୍ (ସିଜି ୦୪ ଏଚବି ୯୨୩୧) ସାମ୍ନାପଟୁ ଆସୁଥିବା ଏକ ବାଇକ (ଓଆର୍ ୦୭ ୮୨୧୪)କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡି ରାସ୍ତା ତଳକୁ ଖସି ଯାଇଥିଲା । ବାଇକ ଆରୋହି ଜଣକ ଗୁରୁତର ହୋଇ ପଡିଥିଲେ ତାକୁଂ ସ୍ଥାନୀୟ ବାସିନ୍ଧା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭତ୍ତି କରିଥିଲେ। କାର ଚାଳକ ଜଣକ ଫେରାର ହୋଇଯାଇଛନ୍ତି। ଏନେଇ ସଦରଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।


















