ପାରାଦ୍ୱୀପ, ୩/୩ (ଡ଼ିଏଚ) ; କରୋନା ଭାଇରସରେ ପ୍ରଭାବ ଏବେ ଧୀରେ ଧୀରେ ଭାରତରେ ମଧ୍ୟ ଦେଖିବାକୁ ଲାଗିଲାଣି । ଗତ କାଲି ଭାରତରେ ଦୁଇ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ ସମସ୍ତ ବିମାନ ବନ୍ଦର ଓ ବନ୍ଦର ମାନଙ୍କରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କଡା କଡି ଚେକିଂଙ୍ଗ କରାଯାଉଛି ।
ସେହିଭଳି ପାରାଦ୍ବୀପ ବନ୍ଦରରେ ୨ ସନ୍ଦିଗ୍ଧ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି । ଉଭୟ ସନ୍ଦିଗ୍ଧ ଆକ୍ରାନ୍ତ ସ୍ବାମୀ ଓ ସ୍ତ୍ରୀ ହୋଇଥିବା ଜଣାପଡ଼ିଛି । ଏହା ଛଡା ସେମାନେ ଭାରତୀୟ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଚାଇନା ଓ ସିଙ୍ଗାପୁର ଦେଇ ଆସିଥିବା ଏହି ଜାହାଜରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଯାତ୍ରା କରିଥିଲେ ।
ପାରାଦ୍ବୀପ ବନ୍ଦରରେ ଏହି ଜାହାଜ ପହଁଞ୍ଚିବାପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଭୟଙ୍କର ଯାଞ୍ଚ କରିଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କୁ ପ୍ରବଳ ଥଣ୍ଡା କାଶ ଛିଙ୍କ ହେଉଥିବାରୁ ଉଭୟଙ୍କୁ କରୋନା ଆକ୍ରାନ୍ତ ନେଇ ଆଶଙ୍କା କରିଛନ୍ତି ଯାଞ୍ଚ କରୁଥିବା ଡାକ୍ତରୀ ଟିମ । କରୋନା ଆକ୍ରାନ୍ତ ଆଶଙ୍କା କରି ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।