ଛତ୍ରପୁର,୩/୩(ସୁଦାମ ମହାରଣା ): ୫ଦଫା ଦାବି ନେଇ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଦ୍ବାରସ୍ଥ ହୋଇଛି ମାନବାଧିକାର ସୁରକ୍ଷା ମଞ୍ଚ ।
ଘଣ୍ଟ ଯାତ୍ରା ମାଧ୍ୟମରେ ମଞ୍ଚର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଥା କାର୍ଯ୍ୟାଳୟରେ ଚାଲିଥିବା ଜନ ଅଭିଯୋଗ ଶୁଣାଣି କକ୍ଷରେ ପହଞ୍ଚି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ୫ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଦାବି ଗୁଡିକ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ନିରାମୟରେ ସମସ୍ତ ଔଷଧ ପ୍ରଦାନ, ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ଓ ମଶାରୀ ଯୋଗାଣ, ରୋଗୀଙ୍କ ପାଇଁ ଆଶ୍ରୟ ସ୍ଥଳୀ, ଗର୍ଭବତିମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରସବ ଗୃହ ନିର୍ମାଣ ଛତ୍ରପୁର ଠାରେ ତୁରନ୍ତ କେନ୍ଦୀୟ ବିଦ୍ୟାଳୟ ଖୋଲିବା,୧୯୯୯ ମସିହା ମହାବାତ୍ୟାରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କତୁରୁ ଠାରେ ବେଲକମ୍ପାନୀ ପକ୍ଷରୁ ଦିଆଯାଇଥିବା ୫୭୦ଘରପଟ୍ଟା ପ୍ରଦାନ, ଋଷିକୂଲ୍ୟାରୁ ପାନୀୟ ଜଳଯୋଗାଣ ଓ ଆର୍ଯ୍ୟପଲ୍ଲୀଠାରେ ଜେଟି ନିର୍ମାଣ ଆଦି ଉପସ୍ଥାପନ କରିଥିଲେ। ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରା,ଶ୍ୟାମ ସୁନ୍ଦର ଖାଡାଙ୍ଗା,ଇନ୍ଦୁନାୟକ,ଇଜୁ ଅମିନ ଖାନ୍ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।



















