ବାଲୁଗାଁ, ୦୨/୩ (ବ୍ୟୁରୋ) : ଆଜି ଅପରାହ୍ନ ଟାଙ୍ଗି ଚାନ୍ଦପୁର ଏନଏଚ ନିକଟ ପଥରା ଠାରେ ଏକ ଅଜଣା ଗାଡ଼ି ଧକ୍ଜାରେ ଜଣେ ବ୍ୟକ୍ତି ଆହତ ହୋଇ ପଡ଼ିଥିବା ଦେଖି ବ୍ରହ୍ମପୁରର ଟିମ କ୍ଲିନ ସିଟି ସଦସ୍ୟ ଦିନେସ ପଟ୍ଟନାୟକ ସେହି ସମୟରେ କାର ଯୋଗେ ବ୍ରହ୍ମପୁର ଫେରୁ ଥିଲେ। ସେଠାରେ ତୁରନ୍ତ ରହି କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେଇ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦପୁର ସ୍ୟାସ୍ଥକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ ହେବା ହେତୁ ଭୁବନେଶ୍ୱର କୌଣସି ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା I ଏହି ମହତ କାର୍ୟ୍ୟକୁ ସମସ୍ତଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି I


















