Wednesday, September 23, 2026
ADVERTISEMENT
Home ଆଞ୍ଚଳିକ କେନ୍ଦ୍ରାପଡାରେ ପିଆଇବିର ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା • ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ: ଶ୍ରୀ ମାଲବ୍ୟ

କେନ୍ଦ୍ରାପଡାରେ ପିଆଇବିର ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା • ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ: ଶ୍ରୀ ମାଲବ୍ୟ

528
କେନ୍ଦ୍ରାପଡା ଡିଆରଡିଏ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଭୁବନେଶ୍ୱର ତରଫରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ
ADVERTISEMENT

କେନ୍ଦ୍ରାପଡା,୦୨/୩ (ପିଆଇବି) : ଆଜି କେନ୍ଦ୍ରାପଡା ଡିଆରଡିଏ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଭୁବନେଶ୍ୱର ତରଫରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ଯୋଜନା ପ୍ରଣୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ ।

ଏହି କର୍ମଶାଳାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶ୍ରୀ ଶୈଳେଶ କୁମାର ମାଲବ୍ୟ ସଭାପତିତ୍ୱ କରିଥିଲେ । ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମାଲବ୍ୟ ମତ ରଖିଥିଲେ । ସେ କହିଥିଲେ ଯେ ଗ୍ରାମାଂଚଳରେ କାର୍ୟ୍ୟକରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାରେ ଉଲ୍ଲେଖନୀୟ ଅବଦାନ ଦେଇଥାନ୍ତି । ବିଭିନ୍ନ ଯୋଜନାର ସୁଫଳ କିପରି ଲୋକମାନେ ପାଇବେ ସେ ସମ୍ପର୍କରେ ସେମାନଙ୍କର ଲେଖା ଓ ରିପୋର୍ଟ ଯଥେଷ୍ଟ ସହାୟକ ହୋଇଥାଏ । ଏପରିକି କାର୍ୟ୍ୟକ୍ରମ ରୂପାୟନ କ୍ଷେତ୍ରରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ମଧ୍ୟ ସେମାନେ ଲେକଲୋଚନକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି । ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରାମୀଣ ସାମ୍ବାଦିକମାନେ ସମୃଦ୍ଧ କରିଥାନ୍ତି ବୋଲି ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମାଲବ୍ୟ କହିଥିଲେ । ଜନ ସଚେତନତା ସୃଷ୍ଟି କରିବାରେ ସୋସିଆଲ ମିଡିଆ ଓ ପ୍ରଯୁକ୍ତିର ବ୍ୟବହାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଶ୍ରୀ ମାଲବ୍ୟ ଚର୍ଚ୍ଚା କରିଥିଲେ ।

ଏହି କର୍ମଶାଳାରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଏସଡିଓ ବିଜୟ କୁମାର କର ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ), ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ନିମଯୁକ୍ତ ୟୁରିଆ ଯୋଗାଣ, ପିଏମ କିଷାନ ଯୋଜନା, ଓରମାସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଆଶୀଷ କୁମାର ରାଉଳ ସ୍କିଲ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏବଂ ସତ୍ୟଭାମା ପ୍ରଧାନ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।

ପତ୍ର ସୂଚନା କାର୍ୟ୍ୟାଳୟ ଗଣଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାକୁ ପରିଚାଳନା କରିଥିଲେ । ଶ୍ରୀ ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ୟ୍ୟଶୈଳୀ ଓ ବାର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଉଜ୍ଜ୍ୱଳା ଯୋଜନା ଯୋଜନା ଆଦି ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିଥିଲେ ।

ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ ।

ଏହି ଦିନିକିଆ କର୍ମଶାଳାରେ କେନ୍ଦ୍ରାପଡାର ପାଖାପାଖି ୫୦ରୁ ଊର୍ଦ୍ଧ୍ଵ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ନିଜ ମତାମତ ରଖିଥିଲେ । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟ ହୋଇଥିଲା ।

Advertisement