
ବ୍ରହ୍ମପୁର,୦୨/୩ (ରୁଷିକେଶ ବେହେରା ): ଗଞ୍ଜାମ ଜ଼ିଲ୍ଲା ସୋନାପୁର ସମୁଦ୍ର କୁଳ ନିକଟରେ ଏକ ବୃହତମ ସାକ୍ ଭଳି ଦେଖାଯାଉଥିବା ଏକ ବିରାଟକାୟ ମାଛ ଦେଖିବାକୁ ମିଳିଥିଲା । ସୋନାପୁର ଆଞ୍ଚଳର କିଛି ମତ୍ସଜୀବି ମାଛ ଧରିବାକୁ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଫେରୁଥିବା ସମୟରେ ଜାଲରେ ଏକ ବିଶାଳକାୟ ସାର୍କ ମାଛ ଲାଗିଥିଲା । ଯାଉଥିବାବେଳେ ହଠାତ ଏକ ବିରାଟ ତିମି ମାଛ ଜାଲରେ ଆସିଯାଇଥିଲା ।

ମତ୍ସଜୀବି ମାନେ ଜାଲଟିକୁ ସମୁଦ୍ର କୂଳକୁ ଟାଣି ଆଣି ମାଛଟିକୁ ଜାଲରୁ ଉଦ୍ଧାର କରି ପାଣିରେ ଛାଡିବାକୁ ଉଦ୍ୟମ କରିଥିଲେ । ଫଳରେ ସମୁଦ୍ର କୂଳରେ କମ ଜଳ ଥିବାରୁ ମାଛଟିକୁ ଦୁରକୁ ଠେଲି ଠେଲି ସମୁଦ୍ର ଗର୍ଭକୁ ଛାଡି ଦେଇଥିଲେ । ଯାହାର ଲମ୍ବ ୨୦ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୯ କ୍ୱିଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଛି ।














