ADVERTISEMENT
Home ମୁଖ୍ୟ ଖବର ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବିକୁ ମିଳିଲା ପରିବେଶ ମଂଜୁରୀ

ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବିକୁ ମିଳିଲା ପରିବେଶ ମଂଜୁରୀ

266
ADVERTISEMENT

କଟକ ୨/୭(ଡ଼ି ଏଚ ବି): ମେଡିକାଲର ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଇଟିପି ନଥିବାରୁ ଏସ୍‌ସିବି ମେଡିକାଲକୁ ମିଳୁନଥିଲା ପରିବେଶ ମଂଜୁରୀ। ହେଲେ ଗତ କିଛିମାସ ତଳେ ଦୁଇଟି ଇଟିପି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ ହେବାପରେ ଏସ୍‌ସିବି ମେଡିକାଲକୁ ମିଳିଛି ପରିବେଶ ମଂଜୁରୀ। ଏଥିସହ ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବି ଏହି ସ୍ବୀକୃତି ପାଇଛି। ଏଥିସହ ପ୍ରତ୍ୟହ ୨ଶହ କିଲୋ ଲିଟର ମେଡିକାଲ ବର୍ଜ୍ୟ ଜଳକୁ ଉକ୍ତ ପ୍ଲାଣ୍ଟ ମାଧ୍ୟମରେ ବିଶୋଧନ କରାଯିବ। ବିଭିନ୍ନ ହସ୍ପିଟାଲର ବର୍ଜ୍ୟ ବସ୍ତୁ ପାଇଁ ପରିବେଶ ପ୍ରଦୂଷିତ ହେଉଥିବାରୁ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଏଣ୍ଡ ହ୍ୟାଣ୍ଡଲିଙ୍ଗ ଆକ୍ଟ ୨୦୦୮ରେ ପ୍ରଣୟନ କରାଯାଇଥିଲା। ଏପରିକି ଏହାର କାର୍ଯ୍ୟକାରିତା ନେଇ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତି ମେଡିକାଲକୁ କଡା ତାଗିଦ୍‌ କରିଥିଲେ। ଫଳରେ ଏସ୍‌ସିବି କର୍ତ୍ତୃପକ୍ଷ ଦୁଇଟି ଇଟିପି କାର୍ଯ୍ୟକ୍ଷମ କରିବା ପରେ ପରିବେଶ ମଂଜୁରୀ ମିଳିଥିବା ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ସୂଚନା ଦେଇଛନ୍ତି।

Advertisement