Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଟାଟା ଏଆଇଜି ଇନ୍ସୁରାନ୍ସ କମ୍ପାନୀ ନୂଆଗାଡି ମରାମତିରେ ଅବହେଳା: ଠକେଇ, ମୂଳଦାବି ସହ ପ୍ରତିଦିନ ଏକ...

ଟାଟା ଏଆଇଜି ଇନ୍ସୁରାନ୍ସ କମ୍ପାନୀ ନୂଆଗାଡି ମରାମତିରେ ଅବହେଳା: ଠକେଇ, ମୂଳଦାବି ସହ ପ୍ରତିଦିନ ଏକ ହଜାର କ୍ଷତି ଭରଣା ନିବେଦନ

1133
ADVERTISEMENT

ବ୍ରହ୍ମପୁର, ୦୧/୦୩ (ବ୍ୟୁରୋ) : ଟାଟା ଏଆଇଜି ଇନ୍ସୁରାନ୍ସ ଗ୍ରାହକକୁ ବିଭିନ୍ନ ଉପାୟରେ ହଇରାଣ କରିବା ସହ ଠକି ଚାଲିଥିବା ଅରୁଣ କୁମାର ଚୌଧୁରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଚୌଧୁରୀଙ୍କ ସୂଚନା ଅନୁସାରେ ସେ ଗତ ୬ ମାସ ତଳେ ଏକ ଟାଟା ମେଗା ଏକ୍ସଲ  ରେଜିଷ୍ଟେ୍ରସନ୍ ନଂ ଓଡି ୦୭ ଏବଂ ୮୪୩୨ଗାଡି କିଣିଥିଲେ ଏବଂ ୨ମାସ ତଳେ ମୋହନା ନିକଟରେ ଗାଡିର ଆଗଚକା ଫାଟି ଯିବା କାରଣରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ଆଂଶିକ ନଷ୍ଟ ହୋଇଯାଇଥିଲା । ଗାଡିଟିର ଇନ୍ସୁରାନ୍ସ ଅବଧି ଥିଲେ ମଧ୍ୟ କ୍ଷତି ପୂରଣ ପ୍ରଦାନ ପାଇଁ ଟାଳଟୁଳ ନୀତି ଗ୍ରହଣ କରାଯାଇଥିବା ସେହି ବିଜ୍ଞପ୍ତିରେ ଅଭିଯୋଗ କରାଯାଇଛି ।

 ଅନ୍ୟପକ୍ଷେ କମ୍ପାନୀ ତରଫରୁ ଡିଲର ମାର୍ଫତରେ କ୍ଷତି ଗ୍ରସ୍ତ ଗାଡିଟିର କ୍ଷୟକ୍ଷତି ଆକଳନ କରାଯାଇ ଗ୍ରାହକକୁ କ୍ଷତି ପୂରଣ ବାବଦରେ ଟଙ୍କା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ଉପଯୁକ୍ତ କ୍ଷତିଗ୍ରସ୍ଥ ଟଙ୍କା ଦିଆଯିବ ନାହିଁ ବୋଲି ଟାଟା ଏଆଇଜି ଇନ୍ସୁରାନ୍ସ ମନାକରି ଦେଵାର ଅଭିଯୋଗ ହୋଇଛି ।

  ଟାଟା ଏଆଇଜି ଇନ୍ସୁରାନ୍ସ କମ୍ପାନୀର ଠକେଇ ପ୍ରତିବାଦ ରକିବା ସହ ସଂପ୍ରତି ଅରୁଣ କୁମାର ଚୌଧୁରୀ ଅଦାଲତର ଆଶ୍ରୟ ନେଇଛନ୍ତି । ଯେଉଁ ଥିରେ ସେ ୨,୫୪,୩୭୮ ଟଙ୍କା ଏକ କ୍ଷତିପୂରଣ ଦାବି କରିବା ସହ ମାନସିକ ନିର୍ଯାତନ, ପ୍ରତିଶ୍ରୁତି ଭଗ୍ନ ପାଇ ୨୫,୦୦୦ହଜାର ଟଙ୍କା ଏବଂ ଗାଡି ମରାମତି ଡେରି କରିବା ସହ ବ୍ୟବସାୟରେ କ୍ଷତିହେବା ଦର୍ଶାଇ ସେ ପ୍ରତିଦିନ ଏକ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇ ନ୍ୟାୟାଳୟକୁ ନିବେଦନ କରିଛନ୍ତି ।

Advertisement